ଲକ୍ଷ୍ମୀପୁର ୩୦/୧୨/୨୩(ଓଡ଼ିଶା ସମାଚାର/ପ୍ରମୋଦ ଜେନା)- ଲକ୍ଷ୍ମୀପୁର ନିଶାର ଫାର୍ମ ଠାରେ ଆଜି ଲକ୍ଷ୍ମୀପୁର ବିଜେଡ଼ି ଦଳର ଏକ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଲକ୍ଷ୍ମୀପୁର ପୂର୍ବତନ ବିଧାୟକ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର କୁଲେସିକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ,ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା,ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେସିକା,ଉପାଧ୍ୟକ୍ଷା ଆରତୀ କୁଲଦୀପ,କୁମୁଦ ଚନ୍ଦ୍ର ସାଉନ୍ତା,ଶଙ୍କର ସାଉନ୍ତା,ବ୍ଲକ୍ ସଭାପତି ପ୍ରସାଦ ଖରା ଓ ବିଜେଡ଼ି ସମର୍ଥିତ ସମସ୍ତ ସରପଞ୍ଚ ସମିତି ସଭ୍ୟ ଓ କର୍ମୀ ମାନେ ଯୋଗ ଦେଇଥିଲେ। ଆଗାମୀ ନିର୍ବାଚନରେ ସମସ୍ତେ ଏକାଠି ହେଇ ବିଜେଡିର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ କିପରି ଜିତାଇବା ସେନେଇ ଆଲୋଚନା କରାଯିବା ସହ ଆମେ ଏକ୍ , ଆମ ଭିତରେ କୌଣସି ଫାଟ ନାହିଁ ବୋଲି ଏହି କାର୍ଯ୍ୟ କ୍ରମ ଜରିଆରେ ଏକ ବାର୍ତ୍ତା ପ୍ରଦାନ କରାଯାଇଥିଲା।ଏଥି ସହ ଏକ ବଣ ଭୋଜିର ମଧ୍ୟ ଆୟୋଜନ କରାଯାଇ ପରଷ୍ପରଙ୍କୁ ସଭିଏଁ ନୂତନ ବର୍ଷର ଶୁଭେଚ୍ଛା ପ୍ରଦାନ କରିଥିଲେ।