ଦୟାନିଧି ପ୍ରତିଭା ବିକାଶ  ପ୍ରତିଷ୍ଠାନ ପକ୍ଷରୁ ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କୁ ଶ୍ରଦ୍ଧାଂଜଳି ।

କଟକ,୨୩/୭/୨୦୨୪ (ଓଡ଼ିଶା ସମାଚାର)-କଟକ ସଦର ୪୨ ମୌଜା ପଟଣା ଗ୍ରାମରେ ଜନ୍ମିତ ପଦ୍ମଶ୍ରୀ ମନୋରଞ୍ଜନ ଦାସ ନବ ନାଟକ ଆନ୍ଦୋଳନର ଅନ୍ୟତମ ପୁରୋଧା । ପଟଣା ରାଧା ମୋହନ ଦୋଳ ମଣ୍ଡପରେ ହେଉଥିବା ସ୍କ୍ରିନ ଟଣା ଡ୍ରାମା ବଉଳ ଗଛ ମୂଳରେ ବସି ଦେଖୁଦେଖୁ ତାଙ୍କ ମନରେ ପ୍ରେରଣା ଉଦ୍ରେକ ହେଲା ନାଟକ ଦେଖିବା ପାଇଁ ଓ ପରେ ସେ ସମାଜରେ ପରିଚିତ ହେଲେ ଆଉ ପଦ୍ମଶ୍ରୀ ଉପାଧି ଲାଭକଲେ । ଆଜି ତାଙ୍କ ଜନ୍ମ ଜୟନ୍ତୀରେ କଟକ ସଦର ୪୨ ମୌଜାର ସାମାଜିକ ସଂଗଠନ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ପ୍ରଭୁ ରାଧା ମୋହନ କମ୍ୟୁନିଟି ସେଣ୍ଟର୍ ହଲରେ ଉପଦେଷ୍ଟା ମିହିର କୁମାର ନାୟକ,ସମ୍ପାଦକ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି, ସଭାପତି ସରୋଜ ନଳିନୀ ପରିଜା,ଶିକ୍ଷାବିତ୍ ଅଭୟ ଦାସ ପ୍ରମୁଖ ପିଲାମାନଙ୍କୁ ମନୋରଞ୍ଜନ ଦାସଙ୍କ ଜୀବନୀ ଉପରେ ଆଲୋଚନା କରିବା ସହ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *