କେନ୍ଦ୍ରାପଡ଼ା, ୧୭/୧୧/୨୦୨୫(ଓଡ଼ିଶା ସମାଚାର)- କର୍କଟ ପିଡ଼ିତା ଦଶମ ଶ୍ରେଣୀ ଛାତ୍ରୀଙ୍କୁ କେନ୍ଦ୍ରାପଡା ଅର୍ବାନ କୋଅପରେଟିଭ ବ୍ୟାଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ରାପଡାର ନହଙ୍ଗ ନିବାସୀ ଦିପ୍ତୀ ସାହୁଙ୍କର ଏକମାତ୍ର ଝିଅ ଚିନ୍ମୟୀ ସାହୁ କର୍କଟ ରୋଗରେ ପିଡିତ ହୋଇ ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ପିତା ମାତା ଗରିବ ହୋଇଥିବାରୁ ଝିଅର ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି ।
ଏ ସମ୍ପର୍କରେ ପରିବାର ପକ୍ଷରୁ ବ୍ୟାଙ୍କର ସଭାପତିଙ୍କୁ ଝିଅର ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ ପାଇଁ ଅନୁରୋଧ କରିଥିଲେ । ସଭାପତି ତୁରନ୍ତ ୫ହଜାର ଟଙ୍କା ତାଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ବ୍ୟାଙ୍କର ସି.ଇ.ଓ.ଙ୍କୁ ନିର୍ଦେଶ ଦେଇଥିଲେ । ବ୍ୟାଙ୍କ ସି.ଇ. ଓ. ଭାଗ୍ୟଲକ୍ଷ୍ମୀ ପଣ୍ଡା ୫ ହଜାର ଟଙ୍କାର ଏକ ଚେକ୍ ପିଡିତାଙ୍କ ମାତାଙ୍କୁ ପ୍ରଦାନ କରିଛନ୍ତି । ଏହି ସହାୟତା ପ୍ରଦାନ ସମୟରେ ବ୍ୟାଙ୍କର ଜେନେରାଲ ମ୍ୟାନେଜର ରାଜୀବ ଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡ଼ା, ଭଞ୍ଜକିଶୋର ଜେନା ଓ ତ୍ରିଲୋଚନ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
