ପେନସନ୍ ଭୋଗୀଙ୍କ ବାର୍ଷିକ ଉତ୍ସବ

ଗରଦପୁର,୨୮/୦୩/୨୦୨୫(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବାସୁଦେଇପୁର ଠାରେ ଆଂଚଳିକ ପେନସନ୍ ଭୋଗୀ ସଂଘ କାର୍ଯ୍ୟାଳୟ ପରିସରରେ ଦ୍ୱାଦଶ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି । ସଂଘ ସଭାପତି ଦୁର୍ଯେ୍ୟାଧନ ତ୍ରିପାଠୀ ଙ୍କ ସଭାପତିତ୍ୱରେ ବରିଷ୍ଠ ସମାଜସେବୀ ପ୍ରାଧ୍ୟାପକ ଅଜୟ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସର ପରେ କର୍ମଚାରୀ ମାନେ ସଂଘ ମାଧ୍ୟମରେ ସମାଜର ସେବା କରିବା ପାଇଁ ବଦ୍ଧ ପରିକର ହେବା ଦ୍ୱାରା ସମାଜର ପରିବର୍ତନ ହୋଇ ପାରିବ ବୋଲି କହିଥିଲେ ।

ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପିକା ଡ଼ ବିଚିତ୍ରା ମଂଜରୀ ତ୍ରିପାଠୀ ଓ ଭାରତୀୟ ଷ୍ଟେଟବ୍ୟାଙ୍କ ମାହାଳ ଶାଖା ପରିଚାଳକ ସୁରେଶ କୁମାର ପୃଷ୍ଟି ସମକମାନୀତ ଅତିଥି ଭାବେ ଯୋଗଦେଇ ସଂଘର କାର୍ଯ୍ୟକୁ ଭୂୟସି ପ୍ରସଂଶା କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସେବା ନିବୃତ କର୍ମଚାରୀ ବଂଶିଧର ସାମଲ ଗୀତା ପାଠ କରିଥିବାବେଳେ ଆଶୁକବି ନରେଶ ମହାନ୍ତି ଓ ଅବସରପ୍ରାପ୍ତ ଶିକ୍ଷକ ଦୋଳ ଗୋବିନ୍ଦ ମାହାଳୀ କବିତା ପାଠ କରିଥିଲେ ।

ନୀରଂଜନ ପ୍ରଧାନ, ସମ୍ପାଦକ ପ୍ରତାପ ମହାପାତ୍ର, ମଦନ ମୋହନ ସାମଲ, ସୁରେନ୍ଦ୍ର ବାରିକ,ଶ୍ରୀନିବାସ ଖଣ୍ଡୁଆଳ, ଅରୁଣ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭଂଜ କିଶୋର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅଂଚଳର ମେଧାବୀ ଛାତ୍ର ଓ ଛାତ୍ରୀ ଙ୍କୁ ସଂଘ ତରଫରୁ ସମ୍ବର୍ଦ୍ଧନା କରାଯିବା ସହିତ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *