ମାହାଙ୍ଗା,୨୭/୦୩/୨୦୨୫ (ଓଡିଶା ସମାଚାର /ଅଭୟ ଜେନା ) – ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପ୍ରସିଦ୍ଧ କୁମୁଡା ହାଟ ମେଲଣ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଶହଶହ ବର୍ଷ ରଏହି ପ୍ରାଚୀନ ମେଲଣ ଦେଖିବାକୁ ଚଳିତ ବର୍ଷ ଆଖ ପାଖ ଅଂଚଳରୁ ବହୁ ସାଧାରଣ ଜନତାଙ୍କ ଆଗମନ ହୋଇଥିଲା ।
ଏହି ମେଲଣରେ ଥାନପତି ବିମାନ ଭାବେ କଲ୍ୟାଣପୁର ଗ୍ରାମର ରାଧାକୃଷ୍ଣ ବିଗ୍ରହକୁ ଆନନ୍ଦ ଉଲ୍ଲାସର ସହିତ ଉତ୍ସବ ସ୍ଥଳୀକୁ ପାଛୋଟି ନିଆଯାଇଥିଲା । ସେହିପରି ହଂସଦିଆ ଗ୍ରାମର ଦୋଳ ବିମାନକୁ କୁହୁଣ୍ଡା ମେଲଣ କମିଟି ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା । ବିଭିନ୍ନ ଗ୍ରାମରୁ ସୁଶୋଭିତ ବିମାନ ଗୁଡିକୁ ଘଣ୍ଟ ଘଣ୍ଟା ବାଜା ବାଣ ରୋଷଣୀରେ ମେଲଣ ସ୍ଥଳୀକୁ ପାଛୋଟି ନିଆଯିବାର ଦୃଶ୍ୟ ବେଶ ମନମୁଗ୍ଧକର ଥିଲା ।
ପାରମ୍ପରିକ ଷଣ୍ଢ ନାଚ, ଘୋଡା ନାଚ, ମୁଖା ନାଚ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । କୁହୁଣ୍ଡା ପଞ୍ଚାୟତ ସମିତିସଭ୍ୟାଙ୍କ ପ୍ରତିନିଧି ତଥା ମେଲଣ କମିଟି ଆବାହକ ଅଖିଳେଶ ମହାନ୍ତି, ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ପ୍ରଧାନ, ମେଲଣ କମିଟି ସଦସ୍ୟ ସୁଶାନ୍ତ ଦାସ,ସୁମନ୍ତ ପଲେଇ, ବିଭୁତି ଦାସ, ଶିବ ପ୍ରସାଦ ବେହେରା,ଅପର୍ତ୍ତି ବେହେରା, କେଦାରେଶ୍ୱର ପୁହାଣ, ସୁନିତ ସାହୁ,ରାକେଶ ବେହେରା,ଜଗନ୍ନାଥ ବେହେରା, ଆଲୋକ ବେହେରା,ପ୍ରଣବ ବେହେରା, ପ୍ରକାଶ ବେହେରା,କ୍ଷୀରୋଦ ଦାଶ,ସରୋଜ ଦାସ, ରମେଶ ବେହେରା, ମନୋଜ ଦାସ, ରାକେଶ ବିଶ୍ୱାଳ, ଟୁଲୁ ବେହେରା,ନାରାୟଣ କର ପ୍ରମୁଖ ଏହି ଉତ୍ସବକୁ ପରିଚାଳନା କରିଥିଲେ ।
