କଟକ ସଦର,୨୫/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦିନକୁ ଦିନ ସରକାରଙ୍କ ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ରାଜସ୍ବ ନୀରିକ୍ଷକ ଙ୍କ କାର୍ଯ୍ୟାଳୟରେ ଲୋକଙ୍କ ଅସମ୍ଭବ ଭିଡ଼ ପରିଲକ୍ଷିତ ହେଉଥିବା ବେଳେ କର୍ମଚାରୀ ଅଭାବରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ଅନେକ ସମୟରେ ରାଜସ୍ବ କ୍ଷେତ୍ର ଅଧିକାରୀ ମାନେ ଲୋକମାନଙ୍କ ଦ୍ୱାରା ଅପ୍ରିତୀକର ପରିସ୍ଥିତିର ସମୁଖୀନ ହେଉଥିବା ଅଭିଯୋଗ ହେଉଛି।
କାମ ବଢୁଛି ହେଲେ କର୍ମଚାରୀ ଵଢୁ ନଥିବା ରୁ ଏହାର ନିରାକରଣ ପାଇଁ ଓଡିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ କିଶନନଗର ତହସିଲ ଶାଖା ପକ୍ଷରୁ ଆଜି ମଙ୍ଗଳବାର ଦିନ କଟକ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାର ସମୀକ୍ଷା ପାଣିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଵା ଜଣାପଡିଛି।
ସୂଚନାଯୋଗ୍ୟ ଯେ ଏଵେ ସବୁ କାର୍ଯ୍ୟ କମ୍ପ୍ୟୁଟରରାଇଜ କରାଯାଇଥିଲା ବେଳେ ରାଜସ୍ୱ ନୀରିକ୍ଷକ ମାନଙ୍କୁ ନେଟ୍ ଚଲାଇବାକୁ କୈ।ଣସି ଖର୍ଚ୍ଚ ଭରଣା କରାଯାଉନଥିବାରୁ ସେମାନେ ଜନସାଧାରଣଙ୍କ କାମ ଟାଳଟୁଳ ନୀତିରେ କରୁଥିବା ଅଭିଯୋଗ ହେଉଛି। ଏସବୁ ପ୍ରତି ସରକାର ଦୃଷ୍ଟି ଦେବେ ବୋଲି ଜନସାଧାରଣ ଆଶା ବ୍ୟକ୍ତ କରିଛନ୍ତି। ଦାବି ପତ୍ର ପ୍ରଦାନରେ ମହେନ୍ଦ୍ର କୁମାର ବେହେରା, ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ମଳୟ କୁମାର ବେହେରା, ବିରେନ୍ଦ୍ର ଭୋଇ, ବିଶ୍ୱଜିତ୍ ଷଡ଼ଙ୍ଗୀ, ପ୍ରଭାତ ବେହେରା, ଅଭିଷେକ ଦାଶ ପ୍ରମୁଖ ସାମିଲ ହୋଇଥିଲେ।