ବିଦ୍ୟାଳୟର  ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି  ଉନ୍ମୋଚନ

ମାହାଙ୍ଗା,୨୫/୦୩/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା) -ମାହାଙ୍ଗା ବ୍ଲକ ବାସୁଦେବପୁର ପଞ୍ଚାୟତ କଉଡ଼କୋଲ ସ୍ଥିତ କମେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରତିଷ୍ଠାତା ଜମିଦାର  ରତ୍ନାକର ନାୟକଙ୍କ  ଆବକ୍ଷ ପ୍ରତିମୁର୍ତ୍ତୀ ସ୍ଥାପନ କରାଯାଇଛି। ଏହି ଅବସରରେ ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ନାୟକଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ।

ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପକିଶୋର  ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ  ଅବସରପ୍ରାପ୍ତ ତହସିଲଦାର ପ୍ରମୋଦ କୁମାର ନାୟକ, ଡ ଭାଗ୍ୟଲଷ୍ମୀ ନାୟକ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଡ ସୁଧିର ସାମଲ ମଞ୍ଚ ପରିଚାଳନା ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବିଜ୍ଞାନ ଶିକ୍ଷକ ତରୁଣ କୁମାର ମହାନ୍ତି ବିବରଣୀ ପାଠ ଏବଂ ସଂସ୍କୃତଶିକ୍ଷକ ଦିଲୀପ ପଣ୍ଡା ବେଦପାଠ କରିଥିଲେ।ଏହି ଅବସରରେ ବିଦ୍ୟାଳୟ ର ଦିବଂଗତ ସଭାପତି କାର୍ତ୍ତିକ ସାମଲଙ୍କ ଧର୍ମପତ୍ନୀ ଲିଲିମା ସାମଲ  ଓ  ପ୍ରଥମ ସମ୍ପାଦକ ନିର୍ମଳ ଚନ୍ଦ୍ର ନାୟକଙ୍କ କନ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *