ଯୋଗଦେଲେ ୨୦ରୁ ଅଧିକ ବରିଷ୍ଠ ନେତା – ୧୫ ବର୍ଷ ପରେ ବିଜେଡି-ବିଜେପି ମେଂଟ ନେଇ ଚର୍ଚ୍ଚା ଜୋର ଧରିଲା
ଭୁବନେଶ୍ୱର,୦୬/୦୩/୨୦୨୪ (ଓଡ଼ିଶା ସମାଚାର)-ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ଖୁବ୍ ଶୀଘ୍ର ମତଦାନ ତାରିଖ ଘୋଷଣା ହେବାକୁ ଥିବାବେଳେ ଓଙ୍ଗÿିଶାରେ ରାଜନୈତିକ ବାତାବରଣ ସରଗରମ ହୋଇଚାଲିଛି । ବିଜେଡି ଓ ବିଜେପି ମେଂଟ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ସହିତ ମେଂଟ ହେବ ନାହିଁ ବୋଲି ସ୍ପଷ୍ଟ କରିଥିବାବେଳେ ଆଜି ନବୀନ ନିବାସରେ ହୋଇଥିବା ଥିବା ବିଜେଡି ନେତାଙ୍କ ବୈଠକକୁ ନେଇ ରାଜନୈତିକ ମହଲରେ ନୂଆ ସମୀକରଣ ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।
ଆଜି ଅପରାହ୍ନରେ ଶାସକ ବିଜେଡିର ଏକ ଗୁରୁତ୍ୱ ୂର୍ଣ୍ଣ ବୈଠକ ନବୀନ ନିବାସରେ ଅନୁଷ୍ଠିତ ହୋଇଛି । ଏଥିପାଇଁ ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଥିଲା । ବୈଠକର ଏଜେଣ୍ଡା ନେଇ କୌଣସି ଆନୁଷ୍ଠାନିକ ସୂଚନା ମିଳିନଥିଲେ ମଧ୍ୟ ଆସନ୍ତା ସାଧାରଣ ନିବାର୍ଚନ ସଂକ୍ରାନ୍ତରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ବୈଠକରେ ୨୦ରୁ ଅଧିକ ବିଜେଡି ନେତା ଉପସ୍ଥିତ ଥିଲେ । ଗୁରୁତ୍ୱୂର୍ଣ୍ଣ ବୈଠକ ଶେଷ ହେବା ପରେ ପରେ ନବୀନ ନିବାସରୁ ନେତା ବାହାରି ଆସଛନ୍ତି । ତେବେ ବିଜେଡିର ଭବିଷ୍ୟତ ଏବଂ ରାଜନୈତିକ ଗତିବିଧି କିଭଳି ରହିବ ସେ ସମ୍ପର୍କରେ କେହି ସୂଚନା ଦେଇନାହାନ୍ତି । ମିଳିଥିବା ସୂଚନା ଅନୁଯାୟୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଠିକ୍ ୧୫ବର୍ଷ ପରେ ପୁଣିଥରେ ନିର୍ବାଚନୀ ମେଂଟ ହୋଇପାରେ । ଗତ ଦେଢ଼ମାସରୁ ଅଧିକ ସମୟ ଧରି ଚାଲିଥିବା ବିଜେଡି-ବିଜେପି ମଧ୍ୟରେ ମେଂଟ ହେବା ନେଇ ଚର୍ଚ୍ଚା ଏବେ ସତ ପ୍ରମାଣିତ ହେବାକୁ ଯାଉଛି । ନବୀନ ନିବାସରେ ଆଜି ଦଳର ବରିଷ୍ଠ ନେତାମାନଙ୍କ ସହ ବୈଠକରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ନିର୍ବାଚନରେ ବିଜେପି ସହ ମେଂଟ ହେବ କି ନାହିଁ ସେ ସମ୍ପର୍କରେ ସୂଚନା ଦେଇଥିବା ଜଣାପଡ଼ିଛି । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ବରିଷ୍ଠ ନେତାମାନଙ୍କୁ ନବୀନ ନିବାସ ଡକାଇ ପ୍ରାୟ ଦେଢ଼ ଘଂଟାରୁ ଅଧିକ ସମୟ ଧରି ଆଲୋଚନା କରିଛନ୍ତି । ବୈଠକରେ ବର୍ତମାନର ରାଜନୀତିକ ପରିସ୍ଥିତି ଓ ବିଜେପି ସହ ସମ୍ଭାବ୍ୟ ମେଂଟ ସମ୍ପର୍କରେ ସେ ଦଳର ନେତାମାନଙ୍କ ସହ ଆଲୋଚନା କରିଛନ୍ତି । ଯଦି ବୈଠକରେ ବିଜେଡି ବିଜେପି ମେଂଟ ନେଇ ସହମତି ପ୍ରକାଶ ପାଇବ ଏବଂ ନିଷ୍ପତିି ଗ୍ରହଣ କରାଯିବ ତାହାଲେ ଏ ସଂକ୍ରାନ୍ତରେ ଦଳ ପକ୍ଷରୁ ଖୁବଶୀଘ୍ର ଏନେଇ ଗଚ୍ଚମାଧ୍ୟମକୁ ସୂଚନା ଦିଆଯିବ ବୋଲି ପ୍ରକାଶ କରାଯାଇଛି ।