ଆଜି ନୀଳମାଧବଙ୍କୁ ଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୟାଗଡ଼,୨୪/୦୩/୨୦୨୫(ଓଡ଼ିଶା ସମାଚାର)- ସୋମବାରଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଦିନ ସେ ନୟାଗଡ଼ ଗସ୍ତକରିବେ ସେଠାରେ ପ୍ରଭୁ ନୀଳମାଧବଙ୍କ ଆଶୀର୍ବାଦ ନେବେ । ଏହା ସହ କାଳିଆପଲ୍ଲୀରେ ଭାରତୀୟ ବିଶ୍ୱାବସୁ ସମାଜ ଫାଉଣ୍ଡେସନ୍ ର ପ୍ରତିଷ୍ଠା ଦିବସରେ ଯୋଗଦେବେ । ଏଥିପାଇଁ ପ୍ରସ୍ତୁତି ଶେଷପର୍ଯ୍ୟାୟରେ ପହଂଚିଛି । ଏହାପୂର୍ବରୁ ନୟାଗଡ଼ ଜିଲାପାଳ, ଏସପି, ଏଡିଜି, କେନ୍ଦ୍ରାଂଚଳ ଆଇଜି ଓ ଖଣ୍ଡପଡ଼ା ବିଧାୟକ ମହାମହିମଙ୍କ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।
ସୋମବାର ନୟାଗଡ଼ ଜିଲାକୁ ଦିନିକିଆ ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ୱତନ୍ତ୍ର ବିମାନ ଯୋଗେ ଦିନ ୨ଟା ସମୟରେ କଂଟିଲୋ ରେ ପଲଟନ ଅବତରଣ କରିବେ । ସେଠାରୁ ସେ ଡାକବଙ୍ଗଳାକୁ ଯିବେ । ଦିନ ୩ଟା ୧୫ରେ ନୀଳମାଧବ ମନ୍ଦିରକୁ ଗସ୍ତ କରିବେ । ସେଠାରେ ଠାକୁରଙ୍କୁ ଦର୍ଶନ କରି ଆଶିଷ ନେବେ ଏବଂ ଏହା ପରେ ରାଷ୍ଟ୍ରପତି ଶବର ରାଜା ବିଶ୍ୱାବସୁଙ୍କ ଗାଁ କାଳିଆପଲ୍ଲୀ ଯିବେ । ଶବର ସମାଜର ଯଜ୍ଞରେ ସେ ମଧ୍ୟ ଆହୂତି ଦେବେ । ବିଶ୍ୱାବସୁଙ୍କ ପ୍ରତିମୂର୍ତି ଉନ୍ମୋଚନ କରି ମହାମହିମ ରାଷ୍ଟ୍ରପତି ବିଶ୍ୱାବସୁଙ୍କ ତପସ୍ୟାସ୍ଥଳକୁ ଯିବେ । ଏହାପରେ ସେ ଭୁବନେଶ୍ୱର ଫେରିଯିବେ । ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଂଚିଥିବା ବେଳେ ନୟାଗଡ଼ ଜିଲାପାଳ, ଏସପି, ଏଡିଜି, କେନ୍ଦ୍ରାଂଚଳ ଆଇଜି ଏବଂ ଖଣ୍ଡପଡା ବିଧାୟକ ପ୍ରମୁଖ ଉପସ୍ଥିତ ରହି ମହାମହିମଙ୍କ ଗସ୍ତର ପ୍ରସ୍ତୁତି ତଦାରଖ କରିଛନ୍ତି ।

Leave a Reply

Your email address will not be published. Required fields are marked *