ଅଶୃଖୋଳା ଉନ୍ନୟନ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ

ଗରଦପୁର,୨୪/୦୩/୨୦୨୫(ଓଡ଼ିଶା ସମାଚାର)- ପଦ୍ମଶ୍ରୀ ,ପୂଜ୍ୟ ପୂଜକ ବାବା ବଳିଆଙ୍କ ଆଶିର୍ବାଦ ନେଇ ଅଶୃଖୋଳା ଉନ୍ନୟନ ପରିଷଦର ଏକ ସାଧାରଣ ବୈଠକ ଶିଶୁ ଅନନ୍ତ ଆଶ୍ରମ , ଅରିଲୋ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବୈଠକରେ ପରିଷଦର ସଭାପତି ଡ଼ ଅମରେନ୍ଦ୍ରନାଥ ମହାନ୍ତି ଅଧ୍ୟକ୍ଷତା କରିଥିଲେ ।

ସଂଜୟ କୁମାର ସେଠି ବୈଠକର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପରିଷଦର ଉପସଭାପତି ଡ଼ାକ୍ତର ବଦ୍ଦୁଲ ହଲିମ୍ ,କୋଷାଧ୍ୟକ୍ଷ ନୃସିଂହ ବେହେରା, ଯୁଗ୍ମ ସମ୍ପାଦକ ଗଙ୍ଗାଧର ପରିଡ଼ା,ଇଂ ସରୋଜ କୁମାର ମହାନ୍ତି , ପ୍ରଫେସର ନିତ୍ୟାନନ୍ଦ ସାହୁ, ପ୍ରଫେସର ଡ଼ ସରୋଜ କୁମାର ମହାନ୍ତି , ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ,ସମବାୟବିତ୍ ରଂଜିତ ଆଚାର୍ଯ୍ୟ, ସମାଜସେବୀ ଅଶୋକ ସାହୁ, ସ୍ମୃତିରଂଜନ ବାରିକ,ମାନସ ରଂଜନ ଦାସ,ଲକ୍ଷ୍ମୀକାନ୍ତ ଦାଶ, ନୃସିଂହପ୍ରସାଦ ଦାସ, ଡ଼ କିଶୋର ସୂତାର, ଦିଲିପ ବେହେରା,ଅମିୟ ପତି, କୈଳାଶ ଚନ୍ଦ୍ର ସ୍ୱାଇଁ, ଉପେନ୍ଦ୍ର ମହାନ୍ତି, ଗୋକୁଳ ଚନ୍ଦ୍ର ମହାନ୍ତି , ଅନିଲ ମହାନ୍ତି, ରଂଜିତ ସାହୁ, ପ୍ରଫୁଲ କୁମାର ସାହୁ ପ୍ରମୁଖ ଯୋଗଦେଇ ଅଶୃଖୋଳାରେ ପିଲା ଦିନର ଅନୁଭୂତି ଓ ତାହାର ଉପଯୋଗିତା ସମ୍ପର୍କରେ ବଖାଣିଥିଲେ ।

ଏହି ସାଧାରଣ ବୈଠକରେ ଦୀର୍ଘ ୬୩ କିମି ଅଶୃଖୋଳାର ପୁନରୁଦ୍ଧାର , ପରିଷଦର ପରିଚାଳନା କମିଟି ର ପୁନର୍ଗଠନ, ଆୟ ବ୍ୟୟର ବିବରଣୀ , ଜୋନ୍ କମିଟି ଗଠନ ସହିତ ସଭ୍ୟ ସଂଖ୍ୟା ବୃଦ୍ଧି, ବାଇଲ ର ସଂଶୋଧନ , ଆଗାମି କାର୍ଯ୍ୟ ପନ୍ଥା ସମ୍ପର୍କରେ ବିଷଦ ଭାବେ ଆଲୋଚନା ହୋଇଥିଲା । ଆଶ୍ରମର ମୁଖ୍ୟ ପରିଚାଳକ କୁନୁ ବାବୁ ଙ୍କ ସକ୍ରିୟ ସହଯୋଗ ରେ ବୈଠକ ଟି ସଫଳ ହୋଇଥିଲା । ଶେଷରେ ପରିଷଦର ଉପସଭାପତି ଡ଼ାକ୍ତର ଅବ୍ଦୁଲ ହଲିମ ଧନ୍ୟବାଦ ଦେଇଥିଲେ ।

Leave a Reply

Your email address will not be published. Required fields are marked *