ତିନିଘରିଆ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ସିଵିଏସଇ ପାଶ୍ ହାର ଶତପ୍ରତିଶତ 

କଟକ ସଦର, ୧୬/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ନୂଆଵଜାର ତିନିଘରିଆ ଠାରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ଚଳିତ ଦଶମ ସିଵିଏସଇ ପରୀକ୍ଷା ଫଳ ଶତପ୍ରତିଶତ ହୋଇଥିବା ଜଣାପଡିଛି। ଏଥିରେ ପରୀକ୍ଷାର୍ଥୀ ଶୁଭଶ୍ରୀ ପ୍ରଧାନ ୯୪% ନମ୍ବର ରଖିଥିବାବେଳେ ଅନ୍ୟ ତିନିଜଣ ୯୦% ଓ ଅନ୍ୟ ସମସ୍ତେ ୬୦% ରୁ ଉର୍ଦ୍ଧ୍ୱ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି। ଏଥିପାଇଁ ଅଭିଭାବକ ମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା ବେଳେ ସ୍କୁଲର ଅଧ୍ୟକ୍ଷା ଡ଼ଃ ଶୁଭଲକ୍ଷ୍ମୀ ଦେଵୀ କୃତକାର୍ଯ୍ୟ ହୋଇଥିବା ପିଲାମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।

Leave a Reply

Your email address will not be published. Required fields are marked *