ଓଡ଼ିଶାରେ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିଛି ଜିଓ, ରାଜ୍ୟରେ ୪ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକ

ଓଡ଼ିଶାରେ ୱାୟାରଲାଇନ୍ କ୍ଷେତ୍ରରେ ଜିଓ ସର୍ବାଧିକ ୬୫ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲ କରିଛି: ଟ୍ରାଇ ତଥ୍ୟ

ଓଡ଼ିଶାରେ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ସଂଯୁକ୍ତ ଘର ଏବଂ ପରିସର ସର୍ବଧୁନିକ ବିଶ୍ୱସ୍ତରୀୟ ହୋମ ଏଣ୍ଟରଟେନମେଣ୍ଟ, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ଉପଭୋଗ କରୁଛନ୍ତି

ସମଗ୍ର ଓଡ଼ିଶାରେ ୩୦ ଜିଲ୍ଲାରେ ସମସ୍ତ ତହସିଲ, ସହର ଏବଂ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫଲାଇନ ପାଲଟିଛି ଜିଓ ଏୟାରଫାଇବର

ଭୁବନେଶ୍ୱର,୨୩/୦୩/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ସାରା ରାଜ୍ୟରେ ଉପଲବ୍ଧ ନିର୍ଭରଯୋଗ୍ୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା, ଜିଓ ଫାଇବର ଏବଂ ଜିଓ ଏୟାରଫାଇବରର ଅସୀମ ଲୋକପ୍ରିୟତା ବଳରେ ରିଲାଏନ୍ସ ଜିଓ ଓଡ଼ିଶାରେ ହୋମ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଓଡ଼ିଶାରେ ୪ ଲକ୍ଷରୁ ଅଧିକ ଜିଓ ଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକ ହାସଲ କରି ଜିଓ ୱାୟାରଲାଇନ୍ ବା ଘରୋଇ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ରାଜ୍ୟରେ ନିଜର ଏକ ନମ୍ବର ସ୍ଥାନକୁ ଆହୁରି ସୁଦୃଢ଼ ​​କରିଛି।

ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଉପଭୋକ୍ତା ତଥ୍ୟ ଅନୁଯାୟୀ, ୨୦୨୪ ଡିସେମ୍ବର ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ୧୬୬୦୦ ରୁ ଅଧିକ ନୂତନ ଜିଓ ଫାଇବର ଓ ଏୟାରଫାଇବର ଗ୍ରାହକ ଯୋଡିଛି। ଏହା ସହିତ, ଜିଓ ଓଡ଼ିଶାରେ ୱାୟାରଲାଇନ୍ କ୍ଷେତ୍ରରେ ସର୍ବାଧିକ ୬୫ ପ୍ରତିଶତ ଗ୍ରାହକ ବଜାର ଅଂଶ ହାସଲ ​​କରିଛି। ଜିଓ ରାଜ୍ୟରେ ଏକମାତ୍ର ସେବା ପ୍ରଦାନକାରୀ ହୋଇଛି ଯାହାର ୱାୟାରଲାଇନ୍ ଗ୍ରାହକ ସଂଖ୍ୟା ୪ ଲକ୍ଷ ଅତିକ୍ରମ କରିଛି, ଯାହା ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତୁଳନାରେ ତିନି ଗୁଣରୁ ଅଧିକ। ଟ୍ରାଇ ତଥ୍ୟ ଅନୁସାରେ ଡିସେମ୍ବର ୩୧, ୨୦୨୪ ସୁଦ୍ଧା, ଜିଓର ରାଜ୍ୟରେ ୪୦୦୯୨୫ ଜିଓଫାଇବର ଏବଂ ଜିଓ ଏୟାରଫାଇବର ଗ୍ରାହକ ରହିଛନ୍ତି। ଏହି ଗ୍ରାହକମାନେ ସର୍ବଶ୍ରେଷ୍ଠ ବିଶ୍ୱସ୍ତରୀୟ ହୋମ ଏଣ୍ଟରଟେନମେଣ୍ଟ (ଗୃହ ମନୋରଞ୍ଜନ), ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ଉପଭୋଗ କରୁଛନ୍ତି।

ସର୍ବାଧିକ ଲୋକପ୍ରିୟ ରହିଥିବା ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ତଥା ଭୌଗଳିକ ଦୃଷ୍ଟିରୁ ଆହ୍ୱାନପୂର୍ଣ୍ଣ ସ୍ଥାନଗୁଡିକରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତାକୁ ଦୂର କରିଛି, ଯେଉଁଠାରେ ପୂର୍ବରୁ ଏହା ଏକରକମ ଅସମ୍ଭବ ସ୍ବପ୍ନ ଭଳି ରହିଥିଲା। ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ଏହା ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି। ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୧ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା, ଅସୀମିତ ୱାଇଫାଇ ଏବଂ ନିରବଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି।

ଏହାଦ୍ୱାରା ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ, ୱାଇଫାଇ ଏବଂ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି । ଜିଓ ଏୟାରଫାଇବର ଓଡ଼ିଶାର ଶହ ଶହ ଛୋଟ ବଡ଼ ସହର ଏବଂ ହଜାର ହଜାର ଗାଁରେ ଡିଜିଟାଲ୍ ଲାଇଫ୍‌ଲାଇନ୍ ପାଲଟିଛି ଏବଂ ସବୁଠାରୁ ନିର୍ଭରଯୋଗ୍ୟ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ ସେବା ପ୍ରଦାନକାରୀ ହୋଇପାରିଛି। ସାରା ଓଡ଼ିଶାରେ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ଘର, ହୋଟେଲ, ରେଷ୍ଟୁରାଣ୍ଟ, ଛୋଟ ବଡ ବ୍ୟବସାୟ, ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ, ବ୍ୟାଙ୍କ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନ ଜିଓ ଏୟାରଫାଇବର ଚୟନ କରୁଛନ୍ତି ଏବଂ ବିଶ୍ୱ ସ୍ତରୀୟ ଘରୋଇ ମନୋରଞ୍ଜନ, ବ୍ରଡବ୍ୟାଣ୍ଡ ଏବଂ ଡିଜିଟାଲ ସେବାକୁ ଉପଭୋଗ କରୁଛନ୍ତି।

ସୂଚନାଯୋଗ୍ୟ ଯେ ରାଜ୍ୟର ସବୁଠାରୁ ବଡ଼ ୪ଜି ଏବଂ ୫ଜି ନେଟୱାର୍କ ଜରିଆରେ ଜିଓ ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ୪୫% ରୁ ଅଧିକ ମୋବାଇଲ୍ ଗ୍ରାହକ ବଜାର ଅଂଶ ଏବଂ ୬୫% ୱାୟାରଲାଇନ୍ ବା ଘରୋଇ ବ୍ରଡବ୍ୟାଣ୍ଡ ବଜାର ଅଂଶ ହାସଲ କରିଛି। ଡିଜିଟାଲ୍ ଅନ୍ତର୍ଭୁକ୍ତିକରଣର ପରିସୀମା ବୃଦ୍ଧି କରିବା ଏବଂ ଡିଜିଟାଲ୍ ବୈଷମ୍ୟକୁ ଦୂର କରିବା ଦିଗରେ ଏହାର ନିରନ୍ତର ପ୍ରୟାସପୂର୍ବକ ରିଲାଏନ୍ସ ଜିଓ ଓଡ଼ିଶାର ହଜାର ହଜାର ଦୁର୍ଗମ ଗ୍ରାମକୁ ଏହାର ୪ଜି / ୫ଜି ନେଟୱାର୍କ ସହିତ ସଂଯୋଗ କରିଛି। ଏହି ସମସ୍ତ ଅଞ୍ଚଳରେ ବିଶ୍ୱସ୍ତରୀୟ ଡାଟା ସେବା ପ୍ରଦାନ କରିବାର ପ୍ରତିବଦ୍ଧତା ସ୍ୱରୂପ, ଜିଓ ପୂର୍ବରୁ ଆଧୁନିକ ଯୋଗାଯୋଗ ଭିତ୍ତିଭୂମିରୁ ବଞ୍ଚିତ ରହିଥିବା ଅଞ୍ଚଳଗୁଡ଼ିକରେ ନିରନ୍ତର ୪ଜି / ୫ଜି ନେଟୱାର୍କ ସ୍ଥାପନ କରିବାରେ ଅଗ୍ରଣୀ ରହିଛି।

Leave a Reply

Your email address will not be published. Required fields are marked *