କଟକ କମିଶନରେଟ ପୋଲିସ ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି ବୈଠକ 

କଟକ ସଦର, ୦୪/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପାର୍ବଣ ଋତୁ ର ପ୍ରଥମ ଗଣେଶ ପୂଜାକୁ ଶୃଙ୍ଖଳିତ ଭାବେ ପାଳନ କରିବା ଲକ୍ଷ୍ୟରେ କଟକ କମିଶନରେଟ ପୋଲିସ ପକ୍ଷରୁ ସହିଦ୍ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କଟକର ପୂଜା କମିଟି, ଶାନ୍ତି କମିଟିର କାର୍ଯ୍ୟକର୍ତ୍ତା, ବିଭିନ୍ନ ପୂଜା ମଣ୍ଡପ ଓ କ୍ଲବ ର କର୍ମକର୍ତ୍ତା ଙ୍କ ସମେତ ଭୁବନେଶ୍ବର କଟକ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂହ, କଟକ ଡିସିପି ରିଷିକେଶ ଖିଲାରୀ ଦ୍ୟାନଦେଓ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ବାଳ, କେଏମସି ମେୟର ସୁବାସ ସିଂହ ପ୍ରମୁଖ ଯୋଗ ଦେଇଥିଲେ।ପୋଲିସ ର ମାର୍ଗ ଦର୍ଶିକା ଅନୁଯାୟୀ ପୂଜା ଓ ଭସାଣି ଯାତ୍ରା କରିବାକୁ ଆଲୋଚନା କରାଯାଇଥିଲା।

ଏଥିରେ କମିଶନରେଟ ସମସ୍ତ ଥାନାର ଅଧିକାରୀ ମାନଙ୍କ ସହିତ ବହୁ ପଦସ୍ଥ ଅଧିକାରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *