କଟକ ସଦର ,୨୩/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ତଥା କିଶନନଗର ଥାନା ଅଧୀନସ୍ଥ ମହମ୍ମଦପୁର ଗ୍ରାମର ଦୁଇ ଜଣ କଲେଜ ପଢୁଆ ଛାତ୍ର ବାବୁଲି ଓରଫ ଚନ୍ଦନ ବେହେରା (୧୯) ଓ ଚିତ୍ତରଞ୍ଜନ ଓରଫ ବିଜୟ ପାତ୍ର (୨୦) ଚିତ୍ରୋତ୍ପଳା ନଦୀରେ ଗାଧୋଉଥିବା ଥିବା ବେଳେ ପାଣିରେ ଭାସିଯାଇ ଅକାଳ ମୃତ୍ୟୁବରଣ କରିଥିଲେ। କଟକ ସଦର ବିଧାୟକ ଏ ସମ୍ପର୍କରେ ଖଵର ପାଇ ମୃତକ ଦ୍ବୟଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାଯାଇଛି। ଏଥିରେ ବିଧାୟକ ଙ୍କ ସହିତ ପୂର୍ବତନ ସରପଂଚ ଶାରଦା ନାୟକ, ସମିତି ସଭ୍ୟ ରଂଜନ ପାତ୍ର, ଧରଣୀଧର ବେହେରା, ଅଜିତ୍ ଦଳେଇ, ଗଣେଶ୍ୱର ଦାସ,ଶରତ ପାତ୍ର ପ୍ରମୁଖ ବହୁ ବ୍ୟକ୍ତିବିଶେଷ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଚିତ୍ରୋତ୍ପଳା ନଦୀରେ ବୁଡ଼ି ମୃତ୍ୟୁ ବରଣ କରିଥିବା ଦୁଇ କଲେଜ ପଢୁଆ ଛାତ୍ରଙ୍କ ପରିବାରକୁ ଭେଟିଲେ ବିଧାୟକ
