କଟକ ସଦର ବିଧାୟକ ପ୍ରକାଶ ସେଠୀ ମନ୍ତ୍ରୀ ହେବା ପଥ ପରିଷ୍କାର !

କଟକ ସଦର, ୦୧/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ଦିନ ର କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଆଜି ବୁଧବାର ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପଦବୀ ପୁରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଆଗକୁ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହେବ ବୋଲି ଜଣାପଡିଛି। ଏଥିରେ ପୂର୍ବରୁ କଟକ ଜିଲ୍ଲାରୁ କେହି ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇ ନଥିବା ବେଳେ ଏବେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନାଁ ମନ୍ତ୍ରୀ ତାଲିକାରେ ଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି।

କଟକ ଜିଲ୍ଲାରୁ ଦୁଇ ଜଣ ନିଆଳି ରୁ ଛବି ମଲ୍ଲିକ ଓ କଟକ ସଦର ରୁ ପ୍ରକାଶ ସେଠୀ ବିଜେପିରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଛବି ମଲ୍ଲିକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିବା ରୁ ପ୍ରକାଶ ଙ୍କ ପାଇଁ ମନ୍ତ୍ରୀ ପଥ ପରିଷ୍କାର ହୋଇଛି। ସୂଚନାଯୋଗ୍ୟ ଯେ ବଡମ୍ବା ରୁ ସ୍ବାଧୀନ ଭାବେ ନିର୍ବାଚିତ ହୋଇ ପରବର୍ତ୍ତୀ ସମୟରେ ବିଜେପି ରେ ସାମିଲ ହୋଇଥିବା ବିଜୟ ଦଳବେହେରା ଓ ମାହାଙ୍ଗାରେ ସ୍ୱାଧୀନ ବିଧାୟକ ଥିବା ସାରଦା ପ୍ରଧାନ ବିଜେପିକୁ ସମର୍ଥନ ଦେଇଆସୁଛନ୍ତି।

Leave a Reply

Your email address will not be published. Required fields are marked *