ଜଗତସିଂହପୁର,୨୧/୦୩/୨୦୨୫(ଓଡ଼ିଶା ସମାଚାର)- ଜିଲ୍ଳା ପ୍ରଶାସନ ଓ ବୈଧମାପ ଵିଜ୍ଞାନ ବିଭାଗ ତରଫରୁ ବିଶ୍ୱଉପଭୋକ୍ତା ଅଧିକାର ଦିବସ ୨୦୨୫ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ରେ ଆଜି ପୂର୍ବାହ୍ନରେ ପାଳିତ ହୋଇ ଯାଇଅଛି ।
ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ଶ୍ରୀଯୁକ୍ତ ଜ୍ୟୋତିଶଙ୍କର ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖାଉଟିସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ଭୋଇ ସମ୍ମାନନୀୟ ଅତିଥି ଭାବ ରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ. ସୋନାଲ, ମୁଖ୍ୟବକ୍ତା ଭାବରେ ଜିଲ୍ଲାଖାଉଟି ବିବାଦ ସମାଧାନ ଆୟୋଗର ସଭାପତି ଶ୍ରୀଯୁକ୍ତ ପ୍ରଭାତ କୁମାର ପାଢ଼ୀ, ଅନ୍ୟ ସମ୍ମାନିତ ଅତିଥି ଭାବେ ଜଗତସିଂହପୁର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀମତୀ ସୁଜାତା ମିଶ୍ର ଏବଂ ଜିଲ୍ଲା ଯୁଗ୍ମ ନିୟନ୍ତ୍ରକ ବୈଧମାପ ବିଜ୍ଞାନ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ଜେନା ପ୍ରମୁଖ ଯୋଗଦେଇ ଖାଉଟି ସଚେତନତା ବିଷୟରେ ଆଲୋକପାତ କରିଥିଲେ ।
ଏହି ବୈଠକରେ ବୈଧମାପ ବିଜ୍ଞାନ ବିଭାଗର ଯୁଗ୍ମ ନିୟନ୍ତ୍ରକ ଶ୍ରୀ ଗୌରାଙ୍ଗ ଚନ୍ଦ୍ର ଜେନା, ତାଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ସହଯୋଗରେ ଡେମୋନଷ୍ଟ୍ରେସନ ମାଧ୍ୟମରେ ଖାଉଟି କିପରି ଠକାମିରୁ ବଞ୍ଚିତ ହୋଇପାରିବେ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ବିଭିନ୍ନ ବର୍ଗର ଜନସାଧାରଣ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ N.G.O., N.S.O. ସହଯୋଗରେ ଆୟୋଜିତ ହୋଇଥିଲା ଏବଂ ଏହି ସଂସ୍ଥାର ସଭାପତି ଶ୍ରୀମତୀ ବିଜୟଲକ୍ଷ୍ମୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।