ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଏସସିଡିଏଫ୍ ଏବଂ ୟୁଆଇଡିଏଫ୍ କାର୍ଯ୍ୟକାରିତା ସଂପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

କାର୍ଯ୍ୟକାରୀ ବିଭାଗ ଗୁଡ଼ିକୁ ସମୟ ସୀମା ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟତ୍ୱରାନ୍ୱିତ କରିବାକୁ ପରାମର୍ଶ

ଭୁବନେଶ୍ୱର,୨୦/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କର ଗୋଷ୍ଠୀ(ସିଡ୍ବି)କ୍ଲଷ୍ଟର ବିକାଶ ପାଣ୍ଠି (ଏସସିଡିଏଫ୍) ଏବଂ  ସହରାଞ୍ଚଳ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ୟୁଆଇଡିଏଫ)ର କାର୍ଯ୍ୟକାରିତା ସଂପର୍କିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ଗତ ମଙ୍ଗଳବାର  ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

          ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ତଥା ଏମଏସ୍ଏମଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ, ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ, ଇଡକୋର ପରିଚାଳନା ନିର୍ଦ୍ଦେଶକ, ପୌର ପ୍ରଶାସନ,  ଉଦ୍ୟାନ କୃଷି ନିର୍ଦ୍ଦେଶକ, ରାଜ୍ୟ ସରକାର, ଭାରତୀୟ ଲଘୁ ଉଦ୍ୟୋଗ ବିକାଶ ବ୍ୟାଙ୍କ ଏବଂ ରାଷ୍ଟ୍ରୀୟ ଆବାସ ବ୍ୟାଙ୍କର  ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

          ବୈଠକରେ ଏସସିଡିଏଫ୍  ଅଧୀନରେ ମଞ୍ଜୁର ହୋଇଥିବା ପ୍ରକଳ୍ପଗୁଡ଼ିକର ସ୍ଥିତି, ନୂତନ ପ୍ରକଳ୍ପ ପ୍ରସ୍ତାବ, ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ୟୁଆଇଡିଏଫ୍) ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପର ଅଗ୍ରଗତି  ସମ୍ପର୍କିତ ଆଲୋଚନା ହୋଇଥିଲା ।  କାର୍ଯ୍ୟକାରୀ କାରୀ ବିଭାଗଗୁଡ଼ିକୁ ଧାର୍ଯ୍ୟ ସମୟ ସୀମା ଅନୁଯାୟୀ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ତ୍ୱରାନ୍ୱିତ କରିବା ଏବଂ ତଦନୁସାରେ ଅର୍ଥ ବିଭାଗକୁ କ୍ଷତିପୂରଣ ଦାବି ଦାଖଲ କରିବାକୁ ପରାମର୍ଶ ଦିଆଯାଇଥିଲା।

          ବିଭିନ୍ନ ପ୍ରକଳ୍ପ ମଧ୍ୟରେ ଏସସିଡିଏଫ୍ ଅଧୀନରେ ଅର୍ଥ ଯୋଗାଣ ପାଇଁ ଏହି ଉଚ୍ଚସ୍ତରୀୟ କମିଟି ଶିଳ୍ପ ବିଭାଗକୁ ୩୩୫.୭୭ କୋଟି ଟଙ୍କା ବ୍ୟୟରେ ପାରାଦୀପରେ ୧୦ ଏମଏଲଡି ସିଇଟିପି  କମନ୍ ଏଫ୍ଲୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ (ବର୍ଜ୍ୟଜଳ ବିଶୋଧନ କେନ୍ଦ୍ର) ପ୍ରକଳ୍ପ  ଏବଂ  ୩୦ ଏମଏଲଡି ଗଭୀର ସମୁଦ୍ରକୁ ବର୍ଜ୍ୟଜଳ ନିଷ୍କାସନ ପ୍ରକଳ୍ପ  ଭଳିଦୁଇଟି ପ୍ରକଳ୍ପକୁ  ଅନୁମୋଦନ କରିଛି  ।

          ଏସସିଡିଏଫ ଅଧୀନରେ ଗଞ୍ଜାମର ଗୋପାଳପୁରଠାରେ ୧୭୩.୦୨ କୋଟି ଟଙ୍କାର ପ୍ରକଳ୍ପ ବ୍ୟୟରେ ଓଡ଼ିଶାର କମନ୍ ୟୁଟିଲିଟି କରିଡର ନିର୍ମାଣ କରାଯାଉଛି । ଏହା ରାଜ୍ୟର ପ୍ରଥମ ୟୁଟିଲିଟି କରିଡର ଯାହା ଗୋପାଳପୁର ଇଣ୍ଡଷ୍ଟ୍ରିଆଲ ପାର୍କରେ ଆଗାମୀ ଶିଳ୍ପର ଚାହିଦା  ପୂରଣ କରିବ । କାର୍ଯ୍ୟକାରୀ ବିଭାଗଗୁଡ଼ିକୁ ୟୁଆଇଡିଏଫ ଅଧୀନରେ ଯୋଗ୍ୟ ଭିତ୍ତିଭୂମି ପ୍ରକଳ୍ପ ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଥିଲା।

-0-

ପଠାଣି ରାଉତ,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *