ଭୁବନେଶ୍ୱର, ୩୦/୦୩/୨୦୨୪ (ଓଡ଼ିଶା ସମାଚାର)- ଚଳିତ ବର୍ଷ ପ୍ରଥମଥର ପାଇଁ ଓଡ଼ିଶାରେ ତାତି ୪୦ ଡିଗ୍ରୀ ଅତିକ୍ରମ କରିଛି । ଶନିବାର ମାଲକାନଗିରିରେ ସର୍ବାଧିକ ୪୧ ଡିଗ୍ରୀ ପାରଦ ଛୁଇଁଛି। ସେହିଭଳି ବୌଦ୍ଧ ଏବଂ ଟିଟିଲାଗଡ଼ରେ ୪୦.୫ ଡ଼ିଗ୍ରୀ , ବଲାଙ୍ଗୀରରେ ୪୦.୨ ଡିଗ୍ରୀ ଏବଂ ନୟାଗଡ଼ରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ରାଜ୍ୟରେ ଖରାର ପ୍ରକୋପ ବଢ଼ିଚାଲିଛି। ବଢ଼ିଚାଲିଥିବା ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ଏପ୍ରିଲ ୨ରୁ ସ୍କୁଲଗୁଡ଼ିକୁ ସକାଳୁଆ ହେବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲଗୁଡ଼ିକୁ ସକାଳୁଆ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ପର୍ୟ୍ୟନ୍ତ କ୍ଲାସ ହେବ।
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ
