ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ ଯୋଗାଣ ବନ୍ଦ ଯୋଗୁ ଲୋକମାନେ ତତଲା କଡ଼େଇରେ ଛଟପଟ

ଗରଦପୁର, ୧୯/୦୪/୨୦୨୪ (ଓଡ଼ିଶା ସମାଚାର)- ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସରକାର ଏଭଳି ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶିକ୍ଷାନୁଷ୍ଠାନକୁ ଦିନି ଦିନ ପାଇଁ ବନ୍ଦ କରିଛନ୍ତି । ଦିନ ୧୧ ଟା ଠାରୁ ସାଢ଼େ ୩ ଟା ପର୍ଯ୍ୟନ୍ତ ଶ୍ରମିକ ମାନେ କାର୍ଯ୍ୟନକରିବା ପାଇଁ ନିର୍ଦ୍ଧେଶ ଜାରି କରିଛନ୍ତି । ଆଜି ଗ୍ରାମାଂଚଳରେ ଉତାପ ୪୧ ଡ଼ିଗ୍ରୀ ରୁ ଅଧିକ ରହିଥିବାବେଳେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ନିରନ୍ତର ବିଦ୍ୟୁତ ଯୋଗାଣ କରିବାକୁ ସରକାର ନିର୍ଦ୍ଧେଶ ଦେଇଛନ୍ତି । ହେଲେ ବିଦ୍ୟୁତ ବିପରଣ କମ୍ପାନୀ ଓପିଟିସିଏଲ ର ଅଧିକାରୀମାନେ ସରକାରଙ୍କ ନିର୍ଦ୍ଧେଶକୁ ଫୁ କରି ଉଡ଼ାଇ ଦେଇ ଧୁ ଧୁ ଉତାରପରେ ଲୋକମାନେ ଛପପଟ ହେଉଥିବାବେଳେ ବିଦ୍ୟୁତ ଯୋଗାଣ ବନ୍ଦ କରି ବାରଣ କରାଯାଇଥିବା ସମୟରେ କାର୍ଯ୍ୟ କରାଯାଉଛି । ଗରଦପୁର ବିଦ୍ୟୁତ ସେକସନ୍ ରେ ଶୁକ୍ରବାର ଦିନ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ କରାଯାଇ କାର୍ଯ୍ୟ କରାଯାଉଥିବାର ଅଭିଯୋଗ ଆସିଛି । ବିଦ୍ୟୁତ ଯୋଗାଣ ନଥିବାରୁ ଲୋକମାନେ ତତଲା କଡ଼େଇରେ ଛଟପଟ ହେଉଥିବାବେଳେ ବିଦ୍ୟୁତ ବିଭାଗକୁ ଫୋନ୍ କଲେ କାମ ହେଉଛି ବୋଲି ଉତର ମିଳୁଛି । ଏଭଳି ସମୟରେ କେହି ଅଂଶୁଘାତର ଶିକାର ହେଲେ ସେଥିପାଇଁ ଓପିଟିସିଏଲ ର ଅଧିକାରୀମାନଙ୍କୁ ଦାୟି କରାଯିବ ନାହିଁ କାହିଁକି । ରାଜ୍ୟରେ ଅଂଶୁ ଘାତରେ ଜଣେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଏଥିପ୍ରତି ଦୃଷ୍ଟିଦେଇ ବିପର୍ଯ୍ୟୟ ପରିଚାଳନା ଆଇନ ଅନୁସାରେ ଓପିଟିସିଏଲ ର ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *