ନିମାପଡ଼ାରେ ହୋଲି

ନିମାପଡ଼ା, ୧୭/୦୩/୨୦୨୫ (ଓଡ଼ିଶା ସମାଚାର)-ରଙ୍ଗର ପର୍ବ ହୋଲି ନିମାପଡ଼ାରେ  ପାଳିତ ହୋଇଯାଇଛି। ପୁର ପଲ୍ଲୀଠୁଁ ସହର ବଜାର ଚତୁର୍ଦ୍ଦିଗ ଆନନ୍ଦ ଉଲ୍ଲାସମୟ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ନିମାପଡ଼ା ପ୍ରେସକ୍ଲବ ପକ୍ଷରୁ ହୋଲି ଉତ୍ସବକୁ ମହା ଆଡମ୍ବର ସହକାରେ ପାଳନ କରାଯାଇଥିଲା। ନିମାପଡ଼ା ପୁରୁଣା ବସଷ୍ଟାଣ୍ଡ ତଥା ୟୁକୋ ବ୍ୟାଙ୍କ ସାମ୍ନାରେ ଥିବା ପ୍ରେସକ୍ଲବର ନିର୍ମାଣଧୀନ ନିଜସ୍ୱ ଜାଗାରେ ସମସ୍ତ ସଦସ୍ୟ ଏକତ୍ରିତ ହୋଇ ଉତ୍ସବ ପାଳିଥିଲେ।

କ୍ଷୀର,ଛେନା,କଦଳୀ,ଖୁଆ, ନଡ଼ିଆ ଆଦିରେ ପ୍ରସ୍ତୁତ ସୁସ୍ୱାଦୁ ପଣାର ବ୍ୟବସ୍ଥା କରା ଯାଇଥିଲା। ସଦସ୍ୟ ମାନଙ୍କ ବ୍ୟତୀତ ରାସ୍ତାରେ ଯିବା ଆସିବା କରୁଥିବା ପଥଚାରୀ, ହୋଲି ଖେଳୁଥିବା ବିଭିନ୍ନ ବର୍ଗର ଯୁବକ ଯୁବତୀ, ମହିଳାମାନେ ଏଥିରେ ସାମିଲ ହୋଇଥିଲେ। ବିଶେଷ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଜେଡ଼ି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକ, ଏନଏସି ଅଧ୍ୟକ୍ଷା ସସ୍ମିତା ସାହୁ, ପୂର୍ବତନ ନଗରପାଳ ଅଜୟ ଭୋଇ, କାଉନସିଲର ଟିକିନା ପଣ୍ଡା, ରଞ୍ଜିତା ପାତ୍ର, ରାଜକିଶୋର ସାହୁ, ଯୁବନେତା ମାନସ ପ୍ରଧାନ, ଦିଲ୍ଲୀପ ପାତ୍ର, ମହିଳା ନେତ୍ରୀ ସରିତା ମହାପାତ୍ର, ଏନଏଏ ସଂପାଦକ ଜୀବନାନନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ପ୍ରେସକ୍ଲବ ସଦସ୍ୟମାନେ ଥାନା ଆଇଆଇସି ବାମଦେବ ସ୍ୱାଇଁ ଏବଂ ଥାନାର ସମସ୍ତ ଅଫିସରମାନଙ୍କୁ ରଙ୍ଗ ଅବିର ଦେଇ ଶୁଭେଚ୍ଛା ଜଣାଇଥିଲେ। ପ୍ରେସକ୍ଲବ ସଭାପତି ଅକ୍ଷୟ ବେହେରା, ସଂପାଦକ ରମାକାନ୍ତ ବେହେରା, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ପ୍ରଫୁଲ୍ଲ କର, ପ୍ରଦ୍ୟୁମ୍ନ ବେହେରା, ଅଶୋକ ବେହେରା, ସୁଦର୍ଶନ ବେହେରା, ରଞ୍ଜନ ପଟ୍ଟନାୟକ, ତପନ ପଣ୍ଡା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *