ପ୍ରଭୁ ରାମଚନ୍ଦ୍ରଙ୍କ ବିଗ୍ରହ ପ୍ରତିଷ୍ଠା ଉପଲକ୍ଷେ ଶାନ୍ତି କମିଟି ବୈଠକ

ରାଜଗାଙ୍ଗପୁର ୨୧/୦୧/୨୦୨୪ (ଓଡ଼ିଶା ସମାଚାର)- ଆସନ୍ତା ୨୨ ତାରିଖ ରେ ଅଯୋଧ୍ୟା ଠାରେ ପ୍ରଭୁ ରାମଚନ୍ଦ୍ର ଙ୍କ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ପ୍ରଶାସନ ପକ୍ଷରୁ ରାଜଗାଙ୍ଗପୁର  ଥାନା ପରିସରରେ ଆଜି ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଶାନ୍ତି କମିଟି ବୈଠକରେ  ରାଜଗାଙ୍ଗପୁର ଏସ ଡି ପି ଓ ଅଭିଷେକ ପାଣିଗ୍ରାହୀ ଅଧ୍ୟକ୍ଷତା କରିଥିଲେ  । ଏହି ଉତ୍ସବ କୁ କିପରି ଶାନ୍ତି ଶୃଙ୍ଖଳା ସହ ପାଳନ କରା ଯାଇ ପାରିବ ସମସ୍ତଙ୍କୁ ଅନୁରୋଧ କରି ଥିଲେ ଏବଂ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅନୁଶାନକୁ ପାଳନ ମଧ୍ୟରେ ସରକାରୀ ସ୍ଥାନରେ ପୋଷ୍ଟର କି ପତକାକୁ ବାନ୍ଧିବେ ନାହିଁ । କୌଣସି ମାଇକ ରେ ପ୍ରଚାର କି  ବାଜା ବିନା ଅନୁମତିରେ ଶୋଭାଯାତ୍ରା ବାହାର କରିବେ ନାହିଁ । ସୋସିଆଲ ମିଡିଆରେ କୌଣସି ପ୍ରକାର ଉତ୍ତେଜିତ ପୋଷ୍ଟିଙ୍ଗ କରିବେ ନାହିଁ ବୋଲି ଚେତାବନୀ ଦେଇଥିଲେ । ଏହି ଶାନ୍ତି କମିଟି ବୈଠକରେ ସ୍ଥାନୀୟ ତହସିଲଦାର ଗୋପବନ୍ଧୁ ମଲ୍ଲିକ ଯୋଗ ଦେଇ ଶାନ୍ତି ଶୃଙ୍ଖଳ।  ସହ ଭାଇଚାରା ରୂପେ  ରାମଲଲା ଙ୍କ ବିଗ୍ରହ ପ୍ରତିଷ୍ଠା ର ଉତ୍ସବ କୁ ଦୀପାବଳି ରୂପେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ । ଥାନା ପ୍ରଭାରୀ ମନୋରଞ୍ଜନ ପ୍ରଧାନ ଶାନ୍ତି କମିଟି କୁ ସଂଚାଳନ କରି ଆଜିର ଶାନ୍ତି କମିଟିର ଉଦେଶ୍ୟ ଉପରେ ମତ ବ୍ୟକ୍ତ କରିଥିଲେ । ପୌର ପାଳିକା ଉପାଧ୍ୟକ୍ଷ ଏମ ଡି ଇଫାନ ପୌର ପାଳିକା ପକ୍ଷରୁ ଜଳଯୋଗାଣ ଆଲୋକର ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଶାନ୍ତି କମିଟିର ସଦସ୍ୟଙ୍କ  ମଧ୍ୟରୁ ପୌରପାଳିକାର ପୂର୍ବତନ ଉପନଗରପାଳ ଇଫିତକାର ଅହମ୍ମଦ ,ପୂର୍ବତନ ବିଜେପି ନଗର ଅଧ୍ୟକ୍ଷ ଶଙ୍କର ସିଂ ,ପୂର୍ବତନ ବିଜେଡି ଟାଉନ ସଭାପତି ଅମରେଶ ପଣ୍ଡା, ବଜରଙ୍ଗ ଦଳର ରାକେଶ ଶର୍ମା, ହିନ୍ଦୁ ପରିଷଦ ର ସଦସ୍ୟ କମଳ ଅଗ୍ରୱାଲ, ବିଜେପି ମଣ୍ଡଳ ସଭାପତି ରାଜେଶ ଶୋନି, ଜିଲ୍ଲା ସ୍ୱଚ୍ଛ ଭାରତ ର ଉପ ସଂଯୋଜକ ସୁରେଶ ଚନ୍ଦ୍ର ପୁରୋହିତ, ପୌର ପରିଷଦ କାଉନସିଲର ବୁଦ୍ଧ ନାରାୟଣ ସାହୁ ଓ  ବହୁ ଗଣମାଧ୍ୟମ ପ୍ରତିନିଧି ଶାନ୍ତି କମିଟିର ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *