ସାଧାରଣ ନିର୍ବାଚନ ୨୦୨୪ ର ସୁପରିଚାଳନା ନିମନ୍ତେ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି, ୮୬୦ ନୂତନ ପୋଲିଂ ଅଫିସର ଙ୍କୁ ତାଲିମ୍

ଜଗତସିଂହପୁର, ୨୫/୦୪/୨୦୨୪ (ଓଡ଼ିଶା ସମାଚାର)- ଆଗାମୀ ସାଧାରଣ ନିର୍ବାଚନ ୨୦୨୪ ଉପଲକ୍ଷେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ୮୬୦ ଜଣ ନୂତନ ପୋଲିଂ ଅଫିସର ଙ୍କର ଏକ ଦିବସୀୟ ତାଲିମ୍ କାର୍ୟ୍ୟକ୍ରମ ଆଜି, ତା ୨୫.୦୪.୨୪ ରିଖ ରେ ଜିଲ୍ଲା ର ୮ ଟି ବ୍ଲକ ରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ୭୬୦୨ ଜଣ ପୋଲିଂ ଓ ପ୍ରିଜାଇଡିଂ ଅଫିସର ମାନଙ୍କ ର ପ୍ରଥମ ପର୍ୟ୍ୟାୟ ତାଲିମ୍ କାର୍ୟ୍ୟକ୍ରମ ଶେଷ ହୋଇଛି।ଏବେ ନୂତନ ଭାବେ ୮୬୦ ଜଣ ପୋଲିଂ ଅଫିସର ଙ୍କୁ ନିଯୁକ୍ତି ଦେଇ ସେମାନଙ୍କ ର ପ୍ରଥମ ପର୍ୟ୍ୟାୟ ତାଲିମ୍, ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ର ୮ ଟି ବ୍ଲକ୍ ରେ ସକାଳ ୭.୩୦ ରୁ ଅପରାହ୍ନ ୧.୩୦ ପର୍ୟ୍ୟନ୍ତ ଚାଲୁଅଛି। ଏହି କାର୍ୟ୍ୟକ୍ରମରେ ନିର୍ବାଚନ ମଣ୍ଡଳୀ ଅନୁଯାୟୀ ପୋଷ୍ଟାଲ ବ୍ୟାଲଟ ନିମନ୍ତେ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ଫର୍ମ ୧୨ ପ୍ରଶିକ୍ଷଣ ନେଉଥିବା ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ କେନ୍ଦ୍ରରେ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲାପାଳ ଶ୍ରୀ ସାହା ଆଜି ଏରସମା ବ୍ଲକ ଅନ୍ତର୍ଗତ ଏସ. ଏସ. ଜେ ମହାବିଦ୍ୟାଳୟ ପରିଦର୍ଶନ କରି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ତଦାରଖ କରିବା ସହିତ ପୋଲିଂ ଅଧିକାରୀ ମାନଙ୍କୁ ନିର୍ଭୁଲ ଭାବେ , ସଚେତନତା ର ସହ ଏହି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାପାଳ ବିଭିନ୍ନ ବ୍ଲକ ରେ ବୁଥ୍ ଗୁଡିକ ପରିଦର୍ଶନ କରି ଏ ଏମ ଏଫ ( Assured Minimum Facility ) ଯଥା ପାନୀୟ ଜଳ, ଶୌଚାଳୟ, ରାମ୍ପ ବିଦ୍ୟୁତିକରଣ, ସେଡ, ପ୍ରବେଶ ଓ ପ୍ରସ୍ଥାନ ପାଇଁ ଦୁଇଟି ଡୋର ବ୍ୟବସ୍ତା ର ତଦାରଖ କରିଥିଲେ।ଟ୍ରେନିଂ କାର୍ୟ୍ୟକ୍ରମ ପାଇଁ ସୁପରଭାଇଜିଂ ଅଧିକାରୀ ଭାବେ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ),ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ୱୀପ ଏବଂ ଉପ ଜିଲ୍ଲାପାଳ, ଜଗତସିଂହପୁର ଦାୟିତ୍ଵ ରେ ଅଛନ୍ତି। ଜଗତସିଂହପୁର ବ୍ଲକ୍ ରେ ଏସ୍ ଭି ଏମ୍ ଅଟୋଅଟୋନୋମସ କଲେଜ, କୁଜଙ୍ଗ ବ୍ଲକ୍ ରେ ବି ବି ହାଇ ସ୍କୁଲ, ତିର୍ତ୍ତୋଲ ବ୍ଲକ୍ ରେ ତରଜଙ୍ଗା ହାଇ ସ୍କୁଲ, ଏରସମା ବ୍ଲକ ରେ ଏସ୍ ଏସ୍ ଜେ ମହାବିଦ୍ୟାଳୟ,ବାଲିକୁଦା ବ୍ଲକ ରେ ବାଲିକୁଦା ଡିଗ୍ରୀ କଲେଜ, ନାଉଗାଁ ବ୍ଳକ ରେ ବ୍ଲକ୍ କନଫରେନ୍ସ ହଲ,ବିରିଡ଼ି ବ୍ଲକ୍ ରେ ବ୍ଲକ୍ କନଫରେନ୍ସ ହଲ,ରଘୁନାଥ ପୁର ବ୍ଲକ୍ ରେ ବ୍ଲକ୍ କନଫରେନ୍ସ ହଲ ଠାରେ ଏହି ପ୍ରଶିକ୍ଷଣ କାର୍ୟ୍ୟକ୍ରମ ଅୟୋଜିତ ହୋଇଛି।

Leave a Reply

Your email address will not be published. Required fields are marked *