ଶେଷ ହେଲା ତନାର ଦୋଳ ମେଲଣ

କେନ୍ଦ୍ରାପଡା, ୧୭/୦୩/୨୦୨୫(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କୋରୋ ଗ୍ରାମପଂଚାୟତର ତନାର ଗ୍ରାମରେ ଦୋଳପୂର୍ଣ୍ଣିମା ଓ ହୋଲି ଉତ୍ସବ ଆବହମାନକାଳରୁ ପାଳିତ ହୋଇ ଆସୁଅଛି । ଚଳିତବର୍ଷ ଏହି ଅବସରରେ ପ୍ରାୟ ୭୨ଟି ବିମାନ ତନାର ଗ୍ରାମ ମୁଣ୍ଡରୁ ରୋଷଣୀକରି ତନାର ମଠ ମେଲଣ ପଡିଆରେ ପହଂଚିବା ପରେ ସେଠାରେ ଦୋଳ ମେଲଣ ଅନୁଷ୍ଠିତ ହୋଇଥିଲା ।

ଗ୍ରାମବାସୀମାନେ ସମସ୍ତେ ମିଶି ଭୋଗ, ଧୂପ,ଦୀପ ସମର୍ପଣ କରି ବିମାନର ଠାକୁରମାନଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ । ଏହି ମେଲଣରେ ଆଖପାଖ ଅଂଚଳର ପ୍ରାୟ ୫ହଜାରରୁ ଉଦ୍ଧ୍ୱର୍ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଯଦୁନାଥ ପାତ୍ର, ନୃସିଂହ ରାଉତ, ଭାନୁ ଦାସ, ଯଦୁନାଥ ସାମଲ, ଲୋକନାଥ ବାରିକ, ପାଗଳ ସିଂ, ନାରଣ ପ୍ରଧାନ, ଅରୁଣ ପ୍ରଧାନ, ଶତୃଘ୍ନ ପ୍ରଧାନ, ହେମନ୍ତ ପ୍ରଧାନ, ହରିପଦ ବେହେରା, ସରପଂଚ ରଞ୍ଜିତ ପ୍ରସାଦ ଜେନା, ଶରତ ଜେନା, ପୁରୁଷୋତମ ପରିଡା, ଗଣେଶ୍ୱର ଦାସ ପ୍ରମୁଖ ଗ୍ରାମବାସୀମାନେ ପରିଚାଳନାରେ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *