ଜିଲ୍ଲାସ୍ତରୀୟ LCC ଓ ICC ପ୍ରଶିକ୍ଷଣ ଓ  ବେଟି ବଚାଓ ଓ ବେଟି ପଢ଼ାଓ ସଚେତନତା କାର୍ଯ୍ୟକ୍ରମ

ଜଗତସିଂହପୁର,୨୬/୦୨/୨୦୨୫ (ଓଡ଼ିଶା ସମାଚାର)-ଗତ କାଲି ୨୫ ତାରିଖ ଦିନ ଜିଲ୍ଲାସ୍ତରୀୟ LCC ଓ ICC ପ୍ରଶିକ୍ଷଣ  ଓ ଜିଲ୍ଲା ସ୍ତରୀୟ ବେଟି ବଚାଅ ଓ ବେଟି ପଢାଅ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ସଦଭାବନା ସଭଗୃହରେ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଡେପୁଟି ଡାଇରେକ୍ଟର ପ୍ପ୍ଲାନିଂ, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଏଲ ଏମ ଭି, ସହାୟକ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ପ୍ରମୁଖ ମଞ୍ଚାସିନ ଥିଲେ । ନାରୀମାନେ  କର୍ମ କ୍ଷେତ୍ରରେ  ଯୌନ ନିର୍ଯାତନା ରୁ କିପରି ନିଜକୁ ସୁରକ୍ଷା ଦେବେ ବା ପୋକ୍ସୋ ଆକ୍ଟ ବିଷୟରେ ଅତି ସରଳ ଭାବରେ ସହାୟକ ଜିଲ୍ଲାପାଳ ସୁଶ୍ରୀ କଳ୍ପିତା କୁମାରୀ ଜେନା ବୁଝାଇଥିଲେ ।

ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ପ୍ରମୋଦ କୁମାର ବାରିକ PCPNDT ଆଇନ କୁ ନେଇ ନିଜର ଅଭିଭାଷଣ ରଖିଥିଲେ ଏବଂ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ଅଫିସ କର୍ମଚାରୀଙ୍କୁ ବୁଝେଇ ଥିଲେ ଓ ଉପଦେଶ ଦେଇଥିଲେ ।  ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା ମହିଳାମାନେ ସାହସ ରଖିଲେ, ସଚେତନ ହେଲେ ଯେ କୌଣସି ଅଭିଯୋଗ କୁ ସାହସର ସହ ମୁକାବିଲା କରିପାରିବେ ଏବଂ ନିଜ ନିଜ ଅଫିସ ରେ କିଭଳି ICC ଓ LCC ଗଠନ କରିବେ ତାହା ବୁଝାଇଥିଲେ ।

ରାଧା କୃଷ୍ଣ କ୍ଲବ୍ ର ନିର୍ଦେଶକ କିପରି ଜଣେ ଅସହାୟ ନାରୀକୁ ସବୁ ପ୍ରକାର ସହାୟତା ଓ ଆଇନ୍ ଯୋଗାଇ ଦିଆଯାଇ ପାରିବ ସେ ବିଷୟରେ ଆଲୋଚନା କରିଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁ ପ୍ରିୟା ସେଠୀ ସ୍ବାଗତ ଭାଷଣ ଏବଂପ୍ରୋଟେକ୍ସନ୍ ଅଫିସର ଶ୍ରୀମତୀ ଆରତୀ ଆଚାର୍ଯ୍ୟ ଅତିଥି ପରିଚୟ  ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିମା ନର୍ସିଂ ଛାତ୍ର ଛାତ୍ରୀ, ସମସ୍ତ କାର୍ଯ୍ୟାଳୟର କର୍ମକର୍ତ୍ତା, ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *