ଖୋର୍ଦ୍ଧା, ୧୭/୧୧/୨୦୨୩ (ଓଡ଼ିଶା ସମାଚାର (ଓଡିଶା ସମାଚାର/ ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ନିରାକାରପୁର ସାମ୍ବାଦିକ ସଂଘ ର ସଭାପତି ଦୀପକ ପ୍ରଧାନ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ର ଉପସଭାପତି ବିପିନ କୁମାର ଜୟସିଂହ, ସମ୍ମାନିତ ଅତିଥି ଭାବେ ନିରାକାରପୁର ଥାନା ସଵ ଇନ୍ସପେକ୍ଟର ଦିପାଲିସା ନାୟକ ଓ ନିରାକାରପୁର ରାମଦୟା ପରିଷଦ ସଂପାଦକ ଗଂଗାଧର ତ୍ରିପାଠୀ ଯୋଗ ଦେଇ ଆଜିର ସାମ୍ବାଦିକତା ଦିବସ ଉପରେ ମତ ରଖିଥିଲେ। ପୋଲିସ- ସାମ୍ବାଦିକ- ରାଜନେତା ପରସ୍ପର ପରିପୂରକ ଭାବେ ଜଡିତ ଥିବା ବେଳେ ସାମ୍ବାଦିକ ଙ୍କ ସହଯୋଗ ରେ ପୋଲିସ କୁ ଖବର କରାଯାଏ । ଏହି କାର୍ୟ୍ୟକ୍ରମ ରେ ନିରାକାରପୁର ସାମ୍ବାଦିକ ସଂଘ ର ସଭାପତି ଦୀପକ କୁମାର ପ୍ରଧାନ କାର୍ୟ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ସଂଘର ସମସ୍ତ ସଦସ୍ୟ ନିଜର ସାମ୍ବାଦିକତାର ଅଭିଜ୍ଞତା ବଖାଣି ଥିଲେ। ସଂଘ ପକ୍ଷରୁ କପିଳେଶ୍ୱର ସିଂହ, ବିଭୁତି ଭୁଷଣ ଦାଶ, ପ୍ରକାଶ କୁମାର ବଳିୟାରସିଂହ, ସୁଚିତ୍ର ରଞ୍ଜନ ଭୁଜବଳ, ଦାଶରଥି ଶ୍ରୀଚନ୍ଦନ,ବିକ୍ରମ କେଶରୀ ସାହୁ, ଉପସ୍ଥିତ ଥିବା ବେଳେ ଦାଶରଥି ଶ୍ରୀଚନ୍ଦନ ଧନ୍ୟବାଦ ଦେଇଥିଲେ । କାର୍ୟ୍ୟକ୍ରମ ରେ ପୂର୍ଣ ସହଯୋଗ କରିଥିଲେ ମନୋଜ ପ୍ରଧାନ ।