Breaking News : ଵୈୟାଳିଶ ମୈ।ଜା ଅଶାନ୍ତ, ହୋଲି ରେ ଫୁଟିଲା ଗୁଳି, ଜଣେ ମୃତ

କଟକ ସଦର,୧୬/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ ଵୈୟାଳିଶମୈ।ଜା ପୋଲିସର ନାକତଳେ ବେଆଇନ ବନ୍ଧୁକ କାରଖାନା କୁ ଦୁଇଦିନ ତଳେ କ୍ରାଇମବ୍ରାଞ୍ଚ୍ ଏସଟିଏଫ୍ ଟିମ୍ ଠାବ କରି ସାଜ ସରଞ୍ଜାମ ସହ ବିକ୍ରି ପାଇଁ ଥିବା ଅନେକ ବନ୍ଧୁକ ଜବତ କରିବା ସହିତ ଚାରିଜଣଙ୍କୁ ଗିରଫ କରିଥିବା ଖଵର ଲୋକଙ୍କୁ ଭୟଭୀତ କରିଛି  ।

 ହୋଲି ରାତିରେ କେନ୍ଦ୍ରାପଡାର ଜଣେ ଆତତାୟୀ ର ଗୁଳିମାଡ଼ରେ ଜଗତସିଂହପୁର ର ଜଣଙ୍କର ମୃତ୍ୟୁ ହୋଇଥିବା ଖଵର ସାଧାରଣ ରେ କୋକୁଆ ଭୟ ସୃଷ୍ଟି କରିଛି। ଏବେ ଵୈୟାଳିଶ ମୈ।ଜା ଦୀପାଞ୍ଚଳ ବାହାର ଅସାମାଜିକ ମାନଙ୍କର ସୁରକ୍ଷିତ ଆଡ୍ଡାସ୍ଥଳୀ ପାଲଟି ଥିବାକୁ ନେଇ ଲୋକଙ୍କ ସୁରକ୍ଷା କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଯେ ଗତକାଲି (ଶନିବାର) ହୋଲି ରାତିରେ ବ୍ରହ୍ମପୁର ଶ୍ରୀକ୍ରିଷ୍ଣା ବିହାର ରେ ଭଡ଼ାରେ ରହୁଥିବା ବାହାର କେନ୍ଦ୍ରାପଡା ର ଜଣକ ଗୁଳି ମାଡ଼ରେ ଜଗତସିଂହପୁର ର ବିକାଶ ମହାନ୍ତି ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ କୁ ଗିରଫ କରିବା ସହିତ ବନ୍ଧୁକ ଜବତ କରିଥିବା ଜଣାପଡିଛି। ଘର ନିକଟରୁ ଏକ କାର ମଧ୍ୟ ଜବତ ହୋଇଥିବା ଜଣାପଡିଛି। କଟକରେ ଯୋଗଦେଇଥିବା ନୂଆ ଡିସିପି ଙ୍କୁ ଅପରାଧୀ ଓ‌ ଅସାମାଜିକ ମାନଙ୍କର ଏହା ଖୋଲା ଚ୍ୟାଲେଞ୍ଜ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *