ଜଗତସିଂହପୁର ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ 

ଜଗତସିଂହପୁର, ୨୮/୧୦/୨୦୨୫ (ଓଡ଼ିଶା ସମାଚାର)-  ଗତକାଲି ଅପରାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଆଞ୍ଚଳିକ ପରିବହନ ପ୍ରାଧିକରଣ ଆନୁକକୂଲ୍ୟ ରେ  ଜିଲ୍ଲା ସଡକ ସୁରକ୍ଷା ସମିତି ର ବୈଠକ ଅନୁଷ୍ଠିତ ହୋଇ ଯାଇଅଛି। ଏହି ବୈଠକ ରେ ଅଧ୍ୟକ୍ଷତା କରି  ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଦ୍ରୁତ ଗତି ରେ ଗାଡ଼ି ଚାଳନା,ଡ୍ରୀଙ୍କ ଆଣ୍ଡ ଡ୍ରାଇଭ,ନାବାଳକ ମାନଙ୍କ ଗାଡି ଚାଳନା ଇତ୍ୟାଦି ସଂପ୍ରତି ଦୁର୍ଘଟଣାର ଏକ ପ୍ରମୁଖ କାରଣ ବୋଲି ସେ କହିଥିଲେ। ସେଥିପାଇଁ ପୋଲିସ୍ ଓ ପରିବହନ ବିଭାଗ ର ମିଳିତ କାର୍ଯ୍ୟାନୁଷ୍ଠାନ ଏକାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ଆବଶ୍ୟକ ସ୍ଥଳେ ଆଇନ ଅମନ୍ୟକାରି ଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବାକୁ କଠୋର ନିର୍ଦ୍ଦେଶ ଦେଇଥିଲେ। ସେହିପରି ହେଲମେଟ ପିନ୍ଧି ଗାଡ଼ି ଚଳାଇବାକୁ କଡାକଡି ପାଳନ ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଗାଡି ଚଲାଇବା ସମୟରେ ମୋବାଇଲ ରେ କଥା ହେବା  ଦୁର୍ଘଟଣା ର ଅନ୍ୟ ଏକ କାରଣ ବୋଲି କହିଥିଲେ। କଟକ ପାରାଦ୍ଵୀପ ରାସ୍ତା ଏନ୍ ଏଚ ଓ ଏସ ଏଚ୍ ରେ ମିଳିତ କାର୍ଯ୍ୟାନୁଷ୍ଠାନ ଓ  ପଟ୍ରୋଲିଂ କୁ ଗୁରୁତ୍ବ ଦେଇଥିଲେ। ଉଭୟ ପୋଲିସ ଓ ପରିବହନ ବିଭାଗ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ବିନା ଲାଇସେନ୍ସରେ ଗାଡି ଚଳାଉଥିବା  ବ୍ୟକ୍ତି ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଦୁର୍ଘଟଣା ର ରେଜିଷ୍ଟ୍ରେସନ୍ ସମୟରେ ସଠିକ୍ ତଥ୍ୟ ଲିପିବଦ୍ଧ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଟ୍ରାଫିକ୍ ମ୍ୟାନେଜମେଣ୍ଟ, ନାଇଟ ପାଟ୍ରୋଲିଂ,ମଦ୍ୟପାନ କରି ସହରରେ ନିଶା ଶକ୍ତ ଅବସ୍ଥା ରେ ବୁଲୁଥିବା ଯୁବ ପୀଢ଼ି ଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବା , ଲାଇସେନ୍ସ ପ୍ରଦାନ ସମୟରେ କଠୋର ନିୟମ ଲାଗୁ ଆଦି ବିଷୟ ରେ ଆଲୋଚନା କରାଯାଇଥିଲା।

  ରାସ୍ତା ରେ ସାଇନେଜ୍ ଲଗାଇବା , ହମ୍ପ ନିର୍ମାଣ କରିବାକୁ ଏନ୍ ଏଚ ଓ ଆର ଆଣ୍ଡ ବି କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ସଡ଼କ ସୁରକ୍ଷା ର ନିୟମ ମନୁନଥିବା ବ୍ୟକ୍ତି ମାନଙ୍କର ରାସ୍ତା ରେ ଗାଡି ଚଳାଇବାର କୌଣସି ଅଧିକାର ନାହିଁ ବୋଲି ଜିଲ୍ଲାପାଳ କହିଥିଲେ। ପାର୍କିଂ ଏରିଆ ଚିହ୍ନଟ, ରାସ୍ତା ଓ ବକ୍ସ କଳ୍ଭର୍ଟ ରୁ ଉଠା ଦୋକାନୀ ଉଚ୍ଛେଦ ପାଇଁ ପୌର ନିର୍ବାହୀ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା ମଧ୍ୟ ଦୁର୍ଘଟଣା ର ସଠିକ୍ କାରଣ ଖୋଜି ଏହାର ନିରାକରଣ ନିମିତ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କହିଥିଲେ। ଦୁର୍ଘଟଣା ରେ ସାହାଯ୍ୟ କରିବା ନିମନ୍ତେ ନୂତନ ଯୋଜନା “ରାହ ବୀର” ଉପରେ ଗୁରୁ୍ତ୍ୱାରୋପ କରାଯାଇଥିଲା। ପ୍ରକାଶ ଥାଉକି, ଜିଲ୍ଲା ରେ ଏଯାବତ ୧୨୮ଜଣ ବ୍ଯକ୍ତିଙ୍କୁ ଗୁଡ଼ ସମାରିଟାନ ଭାବେ ସମ୍ମାନିତ କରାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପାରାଦ୍ଵୀପ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ,ନିର୍ବାହୀ ଅଧିକାରୀ, ପାରାଦ୍ଵୀପ ଓ ଜଗତସିଂହପୁର ପୌର ପରିଷଦ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ,ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ, ଏନ ଏଚ ଏ ଆଇ ବିଭାଗ ର ଅଧିକାରୀ ପ୍ରମୁଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ବସ ଓ ଟ୍ରକ ମାଲିକ ସଂଘ ର କର୍ମକର୍ତ୍ତା,ସହରର ବରିଷ୍ଠ ବୁଦ୍ଧିଜୀବୀ,  ପ୍ରମୁଖ ଉପସ୍ଥିତ ଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ  ଦୀପକ୍ ସେଠୀ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ ଓ ଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *