ଭୁବନେଶ୍ୱର,୧୩/୧୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଶାନ୍ତିସେନା ପବ୍ଲିକେସନ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ପୁସ୍ତକମେଳାରେ ଅନୁବାଦ ପୁସ୍ତକ “କବିତା ଗୋଟିଏ ଧର୍ମ ” ଲୋକାର୍ପିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ଦୀପକ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଫେସର ଯତୀନ ନାୟକ, ପ୍ରସିଦ୍ଧ ଅନୁବାଦକ ଡ଼. ସଂଗ୍ରାମ ଜେନା ଯୋଗ ଦେଇ ଅନୁଵାଦର ଗୁରୁତ୍ୱ ଓ ଅନୁଦିତ ଭାଷା -ସାହିତ୍ୟର ସାମର୍ଥ୍ୟ ବୃଦ୍ଧିରେ ତାହାର ଭୂମିକା ନେଇ ମନ୍ତବ୍ୟ ରଖିଥିଲେ ।
ପ୍ରସିଦ୍ଧ କଵି, ଅନୁବାଦକ ଓ ପ୍ରାବନ୍ଧିକ କେ, ସଚ୍ଚିଦାନନ୍ଦନଙ୍କ ଲିଖିତ ଚାଳିଶଟି କବିତାର ଅନୁବାଦ କରିଛନ୍ତି ବିଶିଷ୍ଟ କଵି ଓ ଅନୁବାଦକ ସୂର୍ଯ୍ୟ ମିଶ୍ର । ଆରମ୍ଭରେ ପ୍ରକାଶକ ରଜତରଶ୍ମି ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ ଓ ଶୁଭଶ୍ରୀ ଶୁଭସ୍ମିତା ମିଶ୍ର ପୁସ୍ତକରୁ କବିତା ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଵି ରକ୍ଷକ ନାୟକ, ପ୍ରମୋଦ ପ୍ରଧାନ, ମୁକୁଲ ମିଶ୍ର, କଥାକାର ଆଭାସ ବରାଳ, ଡ଼. ଅଶୋକ ସିଂହ, ରଶ୍ମି ସାମଲ, ସ୍ବର୍ଣ୍ଣପ୍ରଭା ମହାପାତ୍ର, ମଧୁମିତା ।
