Breaking News : ଆଇରନ ବୋଝେଇ ଟ୍ରକ ଧକ୍କାରେ ତିନିଜଣଙ୍କର ମୃତ୍ୟୁ

ଚମ୍ପୁଆ,୧୫/୦୩/୨୦୨୫ (ଓଡ଼ିଶା ସମାଚାର)- ଚମ୍ପୁଆ ଥାନା ଦୋଳିତା ଛକ ନିକଟରେ ଆଜି ଭୋର୍ ୫ ଟା ବେଳେ ଏକ ଆଇରନ ବୋଝେଇ ଟ୍ରକ ଧକ୍କାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ମିଳିଥିବା ସୂଚନା ଅନୁସାରେ ସାନନଈ ଗ୍ରାମର ବାପା ଅଇବନ ପ୍ରଧାନ, ମା ମଥାମଣି ପ୍ରଧାନ ଓ ପୁଅ ମଙ୍ଗଲ ପ୍ରଧାନ ଏକ ବାଇକ୍ ଯୋଗେ ଝିଅଘର ଦୋଲିତ।କୁ ଯାଉଥିଲେ । ୨୦ ନମ୍ବର ଜାତୀୟ ରାଜପଥର ଡୋଳିତା ଛକ ନିକଟରେ ରିମୁଳି ପଟୁ ଆସୁଥିବା ଏକ ଆଇରନ ବୋଝେଇ ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ବାପା ଅଇବନଙ୍କ ମୃତ୍ୟୁ ହୋଇଥିବା ବେଳେ ମାଆଙ୍କ ଚମ୍ପୁଆ ଡ଼ାକ୍ତରଖାନ।ରେ ମୃତ୍ୟୁ ହୋଇଥିଲା। ପୁଅ ମଙ୍ଗଲଙ୍କ କେନ୍ଦୁଝର ଡାକ୍ତରଖାନ।ରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ଉତ୍ତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଜଣା ପଡ଼ିଛି । ଘଟଣା ସ୍ଥଳରେ ଚମ୍ପୁଆ ପୁଲିସ ଓ ଚମ୍ପୁଆ ତହସିଲଦାର ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝା ସୁଝା କରିବା ସହିତ ଘଟଣାର ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *