ହୋଲିରେ ରଙ୍ଗମୟ ହେଲା କଟକ ସଦର

କଟକ ସଦର, ୧୫/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପବିତ୍ର ରଙ୍ଗର ପର୍ବ ହୋଲି ରେ ଆଜି ଶନିବାର କଟକ ସଦର ହେଲା ରଙ୍ଗମୟ । ଆବାଳ ବୃଦ୍ଧ ବନିତା ପରସ୍ପର କୁ ରଙ୍ଗ ଲଗାଇ ଭାଇଚାରା ର ନିଦର୍ଶନ ପ୍ରଦର୍ଶନ କଲେ।

ଏହି ଅବସରରେ କିଶନନଗର ଠାରେ ଏକ ସ୍ୱତନ୍ତ୍ର ହୋଲି ଉତ୍ସବରେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ହୋଲି ପାଳନ କରିବା ସହିତ ସମସ୍ତ ଙ୍କ ଜୀଵନ ହୋଲିର ରଙ୍ଗ ପରି ରଙ୍ଗମୟ ହେଉ ବୋଲି ସଦର ବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ।

ଏଥିରେ କଟକ ସଦର ଵିଚାର ମଞ୍ଚ ସଭାପତି ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ଉତ୍କଳ ବିକାଶ ପରିଷଦ ସଭାପତି ଇଂ ପ୍ରଭାତ କୁମାର ସେଠୀ, ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଅବିନାଶ ଆନନ୍ଦ ମହାନ୍ତି ଙ୍କ ସମେତ ବହୁ ବିଜେପି ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ଯୋଗ ଦେଇ ବିଧାୟକ ଙ୍କୁ ରଙ୍ଗ ଲଗାଇ ଥିଲେ।

ସେହିପରି କଟକ ସଦର ର ଜଣାଶୁଣା ବିଜେଡ଼ି ନେତା ବିଳାସ ମଲ୍ଲିକ ଏକ ନିଆରା ଢଙ୍ଗରେ ସଦର ସାରା ବୁଲି ସମସ୍ତ ଙ୍କୁ ରଙ୍ଗ ଲଗାଇ ଶୁଭେଚ୍ଛା ଜଣାଇଥିଲେ।

ସେହିପରି ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ପ୍ରଫେସର ମନୋଜ ନାୟକ ସଦରଵାସୀଙ୍କୁ ହୋଲି ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *