କଟକ ସଦର, ୦୪/୧୨/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) – କିଶନନଗର ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ପାରାଵିଲ ନିକଟରେ ଆଜି ବୁଧବାର ସଂଧ୍ୟାରେ ପାରାଦୀପ ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରକ ଷଣ୍ଢ ମନ୍ଦିର ସମ୍ମୁଖରେ କଟକ ଅଭିମୁଖେ ଯାଉଥିବା ଏକ କାରକୁ ଧକ୍କା ଦେଵା ଫଳରେ ମାନସିକ ଭାରସାମ୍ୟ ହରାଇ ଟ୍ରକ୍ ଡ୍ରାଇଭର ଚଳନ୍ତା ଟ୍ରକରୁ ଡେଇଁ ପଡି ଫେରାର ହୋଇଯାଇଥିବା ଜଣାପଡିଛି।
ହେଲେ ଚଳନ୍ତା ଟ୍ରକଟି ବିନା ଚାଳକ ରେ କିଛି ଵାଟଯାଇ ପାରାଵିଲ ଗଡାରେ ଥିବା ଭାବଗ୍ରାହୀ ଡାଡିଙ୍କ ଦୋକାନ ଉପରେ ଭୟଙ୍କର ଶବ୍ଦ କରି ଓଲଟି ପଡିଥିଲା। ଫଳରେ ଦୋକାନ ସହ ଦୋକାନରେ ଥିବା ସମସ୍ତ ସାମଗ୍ରୀ ମାଟିରେ ମିଶିଯାଇଥିଵା ବେଳେ ସୈ।ଭାଗ୍ୟ ବଶତଃ ଦୋକାନୀ ଭାବଗ୍ରାହୀ ଵାଡି ଵର୍ତି ଯାଇଥିବା ଜଣାଯାଇଛି। ଖବର ପାଇ କିଶନନଗର ସହ କନ୍ଦରପୁର ପୋଲିସ ଘଟଣାସ୍ଥଳରେ ପହଂଚି କାର ରେ ଥିବା ଆହତ ଏଵଂ ଦୋକାନୀ ଭାବଗ୍ରାହୀ ଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡ଼ିକାଲ ପଠାଇ ତଦନ୍ତ ଚଳାଇଛନ୍ତି।
ଭୟଙ୍କର ଦୁର୍ଘଟଣା, ମାଟିରେ ମିଶିଲା ଦୋକାନ,କାର୍ ଚୁରମାର, ଅଳ୍ପକେ ବର୍ତ୍ତିଲେ ଦୋକାନୀ
