ଦାଦନ ଖଟିବାକୁ ଯାଇ ନିର୍ୟ୍ୟାତନାର ଶିକାର ହେଲେ ଜୁନାଗଡ଼ ସହର ର ୪ ଜଣ ଶ୍ରମିକ

ଆହୁରି ୨୦ ଜଣ ଶ୍ରମିକ ଠିକାଦାର ଙ୍କ କବଜାରେ
ଜୁନାଗଡ଼, ୦୩/୦୫/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) – କଳାହାଣ୍ଡିରେ ଥମୁନି ଦାଦନ ଦୁଃଖ । ଦାଦନ ସମସ୍ୟା ଜିଲ୍ଲାରେ ଏବେ ଉତ୍କଟ ରୂପ ଧାରଣ କରିଛି । କାମ ଅନ୍ବେଷଣ ରେ ପ୍ରତିବର୍ଷ ଜିଲ୍ଲାରୁ ବହୁସଂଖ୍ୟାରେ ଲୋକେ ଦାଦନ ଖଟିବାକୁ ଯାଇ ଅନେକ ସମସ୍ୟା ର ସମ୍ବୁଖୀନ ହେବା ସହିତ ମୃତ୍ୟୁ ବରଣ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଜୁନାଗଡ଼ ସହରରେ । ହାଇଦ୍ରାବାଦକୁ କାମ କରିବାକୁ ଯାଇ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରର ୪ ଜଣ ଶ୍ରମିକ ଲଲୀନ ଗହୀର(୪୦), ଲଳିତା ଗହୀର(୩୫),ପିଣ୍ଟୁ ଦଳପତି(୪୦), ପୁଷ୍ପାଞ୍ଜଳି ଦଳପତି(୩୦) ନିର୍ୟ୍ୟାତନା ର ଶିକାର ହୋଇଥିଲେ । ଶେଷରେ ନିର୍ୟ୍ୟାତନା ସହି ନ ପାରି ଠିକାଦାରଙ୍କ କବଳରୁ ଲୁଚିକି ଶୁକ୍ରବାର ନିଜ ଘରକୁ ଚାଲି ଆସିଛନ୍ତି। ଘରକୁ ଚାଲି ଆସିବା ପରେ ଏହି ଘଟଣାଟି ଏବେ ଲୋକ ଲୋଚନକୁ ଆସିଛି। ସେଠାରେ ସେମାନେ କେମିତି କଷ୍ଟରେ ଜୀବନ ଯାପନ କରୁଥିଲେ ତାହାର ଦୁଃଖ କାହାଣୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ଜୁନାଗଡ଼ ନଗରପାଳ ମୁକେଶ ଅଗ୍ରୱାଲ ଙ୍କୁ ଶ୍ରମିକ ଦିବସ ଦିନ ନିଜ ଦୁଃଖ ଜଣାଇଥିଲେ । ଠିକ ସେହି ଦିନ କେନ୍ଦ୍ର ଶ୍ରମ ମନ୍ତ୍ରୀ ଦକୀୟ କାର୍ୟ୍ୟକ୍ରମ ରେ ଗୋଲାମୁଣ୍ଡା ଆସିଥିଲେ, ସମସ୍ତ ବିଷୟରେ ସେ ନଗରପାଳ ଙ୍କ ଠୁ ଅବଗତ ହୋଇ ତୁରନ୍ତ ସମସ୍ତ ଙ୍କୁ ଉଦ୍ଧାର ପାଇଁ ନିର୍ଦେଶ ଦେଇଥିଲେ । ଜୁନାଗଡ଼ ନଗରପାଳ ଙ୍କ ଠାରୁ ସହାୟତା ସ୍ୱରୂପ ଟଙ୍କା ପାଇବା ପରେ ସେମାନେ ବସ ରେ ନିଜ ଘରକୁ ଫେରିଆସିଥିବା ୪ ଶ୍ରମିକ ପ୍ରକାଶ କରିଛନ୍ତି। ଏବେ ବି ଜୁନାଗଡ଼ ସହରର ସେଠାରେ ଆହୁରି ୨୦ ଜଣ ଶ୍ରମିକ ଠିକାଦାରଙ୍କ ପାଖରେ ବନ୍ଧା ପଡିଛନ୍ତି। ସେମାନେ ମଧ୍ୟ ଶୀଘ୍ର ଘରକୁ ଆସିବେ ବୋଲି ନଗରପାଳ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *