ନୂତନ ରହଣୀ ସ୍ବାଗତ କାର୍ୟ୍ୟକ୍ରମ ପାଇଁ ପ୍ରଚାର ଆରମ୍ଭ

(ପ୍ରଶାନ୍ତି ଏକ୍ସପ୍ରେସ ନୂତନ ରହଣୀ)
ଖୋର୍ଦ୍ଧା,୨୮/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ରେଳମଣ୍ଡଳ ଅନ୍ତର୍ଗତ ନିରାକାରପୁର ଷ୍ଟେସନରେ ଆସନ୍ତା ୩୦ ତାରିଖ ରୁ ପ୍ରଶାନ୍ତି ଏକ୍ସପ୍ରେସ ରହଣୀ ପାଇଁ ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରୀ କରିଛି। ଏହି ପ୍ରରିପେ୍ରକ୍ଷିରେ ଆଂଚଳିକ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ନୂତନ ରହଣୀ ପ୍ରସ୍ତୁତି ବୈଠକ ହୋଇଯାଇଛି। କିଭଳି ଭାବେ ଏହି ନୂତନ ରହଣୀ କୁ ସ୍ବାଗତ ସହ ଶରସ ସୁନ୍ଦର କରାଯିବ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଦୁଇଟି ବୈଠକ ସରଛି। ଏହି ଉଦ୍ଦେଶ୍ୟ ରେ ଅଂଚଳର ଜନସାଧାରଣଙ୍କୁ ନୂତନ ରହଣୀ ସ୍ବାଗତ କାର୍ୟ୍ୟକ୍ରମ ରେ ବହୁ ସଂଖାରେ ସାମିଲ କରିବା ଓ ରହଣୀ ସଂପର୍କ ରେ ସଚେତନ କରିବା ପାଇଁ ଏକ ପ୍ରଚାର ଗାଡି ଆଜି ବାହାରିଛି। ଏହି ଗାଡି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ର କେତେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ସହ ନୟାଗଡ ନିର୍ବାଚନମଣ୍ଡଳୀର ରଣପୁର, ସତ୍ୟବାଦୀ ନିର୍ବାଚନମଣ୍ଡଳୀର କେତେକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ପ୍ରରିଭ୍ରମଣ କରିବା କାର୍ୟ୍ୟକ୍ରମ ରହିଛି। ନିରାକାରପୁର ଆଂଚଳିକ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ପ୍ରଚାର କାର୍ୟ୍ୟରେ ଆଜି ଦୀପକ କୁମାର ପ୍ରଧାନ, ପ୍ରସାଦ ଦାସ ଓ ବିଭୁତି ଭୂଷଣ ଦାସ ଦାୟିତ୍ୱ ବହନ କରିଥିବା କମିଟି ପକ୍ଷରୁ ସୂଚନା ମିଳିଛି। ଏହି ପ୍ରଚାର ଗାଡି ଆଜି ମଧ୍ୟାହ୍ନ ୧୨ ରୁ ନଡିଆ ବାଡେଇ ଶୁଭାରମ୍ଭ କରାଯାଇ ଲଡୁ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *