ଫୁଲନଖରା ୧୪/୦୧/୨୦୨୫ (ଓଡ଼ିଶା ସମାଚାର)-ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସ୍ବର୍ଗତ ହେମନ୍ତ କୁମାର ରଥଙ୍କ ଦ୍ୱlଦଶାହ ଉପଲକ୍ଷେ ଆଧ୍ୟାତ୍ମିକ ପତ୍ରିକା ଦିବ୍ୟାଲୋକ ସନ୍ଧାନେ ତରଫରୁ ସଇନ୍ଧା ସ୍ଥିତ ବାସଭବନ ରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ବିଶିଷ୍ଟ ବେଦବିଦ୍ୱାନ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା, ପୂର୍ବତନ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, ଅବସରପ୍ରାପ୍ତ ଇନକମ ଟ୍ୟାକ୍ସ କମିସନର ଚିତ୍ତରଞ୍ଜନ ପତି, କଟକ ସଦର ଆଞ୍ଚଳିକ ଶାନ୍ତି କମିଟି ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ମହାପାତ୍ର, ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ, ସଂଗ୍ରାମ ସମିତି ର ସଭାପତି ଉମାକାନ୍ତ ନନ୍ଦ, ଅଂଚଳ ମୁରବୀ ପୀତବାସ ମହାପାତ୍ର, ଆଇନୀଜୀବୀ କବି ନାରାୟଣ ଜେନା, ଡଃ ଆରତୀ ପଣ୍ଡା, ଅବସରପ୍ରାପ୍ତ ବାୟୁ ସେନା ଅଧିକାରୀ ପରେଶ ମଙ୍ଗରାଜ, ଶିକ୍ଷାବିତ ଧରଣୀଧର ପ୍ରଧାନ ପ୍ରମୁଖ ଯୋଗ ଦେଇ ହେମନ୍ତ ଙ୍କ ସ୍ମୃତି ଚାରଣ କରିଥିଲେ । ଶେଷରେ ବିଶିଷ୍ଟ ଶିକ୍ଷାବିତ ଡଃ ଶରତ କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ସରସ୍ବତୀ କଳା ନିକେତନ ର ସଂଗୀତଶିଳ୍ପୀବୃନ୍ଦ ଚେତନମୂଳକ ଭଜନ ପରିବେଷଣ କରିଥିଲେ l କାର୍ଯ୍ୟକ୍ରମ କୁ ଦିବ୍ୟାଲୋକ ସନ୍ଧାନେର ପରିଚାଳନା ସମ୍ପାଦକ ଇଂ ବିପ୍ଳବ ଦାସ, ବିଭୁତିଭୂଷଣ ତରାଇ ଙ୍କ ସମେତ ରଥ ପରିବାର ର ସଦସ୍ୟମାନେ ପରିଚାଳନା କରିଥିଲେ l
ପୂର୍ବତନ ଯନ୍ତ୍ରୀ ହେମନ୍ତ ରଥଙ୍କ ସ୍ମୃତିଚାରଣ ସଭା
