ସିନିୟର ସିଟିଜେନ ଏସୋସିଏସନର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର,୧୧/୦୩/୨୦୨୫(ଓଡ଼ିଶା ସମାଚାର/ରଜତ ମହାପାତ୍ର)-ସ୍ଥାନୀୟ ବରିସାଲ ରେସିଡ଼େନ୍ସି ଠାରେ ଜଗନ୍ନାଥ ନଗର ସ୍ଥିତ ସିନିୟର ସିଟିଜେନ ଓ୍ବେଲଫେୟାର ଏସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି।

ଏସୋସିଏସନର ସଭାପତି ନରେନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଅତିଥି ଭାବେ ସ୍ମୁତିଶିଖା ବରିସାଲ, ୧୯ ନମ୍ବର ଓ୍ବାର୍ଡ କର୍ପୋରେଟର ପ୍ରଦୀପ କୁମାର ବରିସାଲ, ମୁନେଶ୍ ଅଧିକାରୀ, ରାଜ୍ କିଶୋର ସାମନ୍ତରାୟ, ନିଲୁ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମକୁ ଭୂରିଭୂରି ପ୍ରଶଂସା କରିବା ସହ ଭବିଷ୍ୟତରେ ଏସୋସିଏସନର ସମାଜସେବା କାର୍ଯ୍ୟରେ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରିବା ପାଇଁ ପ୍ରତିଶୃତି ଦେଇଥିଲେ।

ଅନୁଷ୍ଠାନର ସମ୍ପାଦକ ରବିନ୍ଦ୍ର ନାଥ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ବାଳକୃଷ୍ଣ କର ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା କଳାକାର ମାନେ ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ କଳାକାରଙ୍କ ଦ୍ବାରା “ତତ୍କାଳ ସମାଧାନ” ଅଭିନିତ ହୋଇ ଉପସ୍ଥିତ ଦର୍ଶକଙ୍କ ମନ ମୋହିଥିଲା।

Leave a Reply

Your email address will not be published. Required fields are marked *