ଅଲ ଓଡ଼ିଶା ଗୋପାଳ ସମାଜର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର,୧୮/୦୧/୨୦୨୬ (ଓଡ଼ିଶା ସମାଚାର)- ଅଲ୍ ଓଡ଼ିଶା ଗୋପାଳ ସମାଜର ରାଜ୍ୟ କମିଟିର ସମ୍ପାଦକ ନାରାୟଣ ଡାଳୁଆଙ୍କ ସଭାପତିତ୍ୱରେ ରବିବାର ଦିବା ୧୦ ଘଟିକା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଜାନୁଆରୀ ମାସ ୨୫ ତାରିଖ ରବିବାର ଭୁବନେଶ୍ୱରଠାରେ ଏକ ରାଜ୍ୟସ୍ତରୀୟ ସାଂଗଠନିକ କର୍ମୀ ସମ୍ମିଳନୀ ଓ ବନ୍ଧୁ ମିଳନ ସମାରୋହ ଅନୁଷ୍ଠିତ ହେବାକୁ ଏହି ପ୍ରସ୍ତୁତି ବୈଠକରେ ସ୍ଥିର ହୋଇଛି । ରାଜ୍ୟର ୩୦ଟି ଜିଲାରୁ ୩୦୦ ପ୍ରତିନିଧି ଯୋଗ ଦେବା ପାଇଁ ପ୍ରତି ଜିଲା ସଭାପତି / ସମ୍ପାଦକ ଓ ଜିଲା ନେତୃତ୍ୱଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏହି ସାଂଗଠନିକ କର୍ମଶାଳା ଓ ବନ୍ଧୁ ମିଳନକୁ ସଫଳ କରିବା ପାଇଁ ଏକ ୩୦ ଜଣିଆ ଅଭ୍ୟର୍ଥନା କମିଟି ଗଠନ କରାଯାଇଛି । ଉକ୍ତ ଅଭ୍ୟର୍ଥନା କମିଟି ଏହି କର୍ମୀ ସମ୍ମିଳନୀକୁ ସଫଳ କରିବା ପାଇଁ ସମସ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି । ଓଡ଼ିଶାରେ ବାସ କରୁଥିବା ପ୍ରାୟ ୨୦ ଭାଗ ଗୋପାଳ, ଗୌଡ଼, ଯାଦବମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ, ଶୈକ୍ଷିକ ଓ ରାଜନୈତିକ ଅଧିକାରକୁ ହାସଲ କରିବା ପାଇଁ ସଂଘ ଅଲ୍ ଓଡ଼ିଶା ଗୋପାଳ ସମାଜ ତା’ର ଜନ୍ମ ଲଗ୍ନରୁ କାର୍ଯ୍ୟ କରି ଆସୁଛି ଓ ଆଗାମୀ ୨୦୩୬ ମସିହାରେ ଓଡ଼ିଶା ପ୍ରଦେଶ ୧୦୦ ବର୍ଷ ଜନ୍ମଦିବସ ପାଳନ କରିବ । ଓଡ଼ିଶାକୁ ଏକ ସଶକ୍ତ, ସମୃଦ୍ଧ, ପ୍ରଗତିଶାଳୀ ରାଜ୍ୟ ଭାବେ ଗଢି ତୋଳିବାକୁ ଗୋପାଳ ଜାତି ଓ ସଂଘ ପ୍ରତିଶ୍ରୁତିବଦ୍ଧ । ଏହିସବୁ ବିଷୟ କର୍ମୀ ସମ୍ମିଳନୀର ଏଜେଣ୍ଡା ଅଟେ ।

ଏହି ବୈଠକରେ ରାଜ୍ୟ କମିଟିର ଉପସଭାପତି ମନୋଜ କୁମାର ଦାସ, ବରିଷ୍ଠ ଗୋପାଳ ନେତା ତଥା ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ନବକିଶୋର ବେହେରା ଓ ଉପାଧ୍ୟକ୍ଷ ମାନସ କୁମାର ଦାସ, କୋଷାଧ୍ୟକ୍ଷ କୈଳାସ ଚନ୍ଦ୍ର ବେହେରା, ମହିଳା କମିଟି ଆବାହିକା ରଶ୍ମିତା ରାଣୀ ବେହେରା, ଲକ୍ଷ୍ମଣ କୁମାର ଜାଲି, ଉପଦେଷ୍ଟା ରବୀନ୍ଦ୍ର କୁମାର ପଲେଇ, ସନାତନ ବେହେରା, ଗଜେନ୍ଦ୍ର ପ୍ରସାଦ ବାରିକ, ଅଭିମନୁ୍ୟ ବାରିକ, ତାପସ କୁମାର ଗେଡ଼ି, ଯାଦବ ଅବିନାଶ ପରିଡ଼ା, ୟୁବା କମିଟି ଯୁଗ୍ମ ଆବାହକ ସନ୍ତୋଷ ବାରିକ, ସଦାଶିବ ମହାକୁଡ଼, ବିକ୍ରମସେନ ବେହେରା, ଟଙ୍କଧର ଦାସ, ଅଶୋକ କୁମାର ବେହେରା ପ୍ରମୁଖ ୩୦ ଜଣ ଅଭ୍ୟର୍ଥନା କମିଟି ସଭ୍ୟ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *