‘ରୂପାୟନ’ ପକ୍ଷରୁ ମହିଳା ଦିବସ – ୨୦୨୫ ଅୟୋଜିତ

ଭୁବନେଶ୍ୱର,୧୦/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ଅପରାହ୍ନରେ ଆନ୍ତର୍ଜାତୀୟ ମହିଳା ଦିବସ – ୨୦୨୫ ଅବସରରେ ଭୂବନେଶ୍ବର ର ଗୀତଗୋବିନ୍ଦ ଭବନଠାରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ରୂପାୟନ’ ପକ୍ଷରୁ ଅୟୋଜିତ ଏକ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମ ରେ ବିଶିଷ୍ଟ ଗାୟିକା, ଆଇନଜୀବୀ ତଥା ସମାଜସେବୀ ଶ୍ରୀମତୀ ଅଳକାନନ୍ଦା ପାଣିଗ୍ରାହୀ  ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମ ରେ ଭୂବନେଶ୍ବର ର ପୂର୍ବତନ ବିଧାୟକ ପ୍ରିୟରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ, ଇଂଜିନିୟର ଦିପ୍ତିରେଖା ପଟ୍ଟନାୟକ,ବରିଷ୍ଠ ଆଇନଜୀବୀ ସତ୍ୟ ରଞ୍ଜନ ସେନାପତି ପ୍ରମୁଖ ବିଶିଷ୍ଠ ଅତିଥି ରୂପେ ଯୋଗ  ଦେଇଥିଲେ। କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଟ୍ରଷ୍ଟି ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ରାୟ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *