ମାହାଙ୍ଗା,୦୫/୦୩/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ବିରୂପା ଗେଙ୍ଗୁଟି ଦ୍ବିପାଞ୍ଚଳ ଅନ୍ତର୍ଗତ କୁହୁଣ୍ଡା ଗ୍ରାମ ପଂଚାୟତ କାର୍ୟ୍ୟାଳୟ ପରିସରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ବରିଷ୍ଠ ସାମ୍ବାଦିକ ତଥା କୁଣ୍ଡି ସେବା ସମବାୟ ସମିତି ସଭାପତି ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଜୁବାବୁ ଥିଲେ ଝଡର ଇଗଲ ଏବଂ ଧରଣୀର କୃଷ୍ଣସାର ।
ମହିଳା ମାନଙ୍କ ଉତଥାନ ପାଇଁ ବିଜୁବାବୁ ସବୁବେଳେ ଆହ୍ୱାନ ଦେଉଥିଲେ । ସେ ଥିଲେ ଓଡିଆ ଜାତିର ଅସ୍ମିତା ପୁରୁଷ ଏବଂ ଜଣେ କ୍ରାନ୍ତିବୀର ତଥା ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ । ରାଜ୍ୟର ସାମୁହିକ ବିକାଶ କ୍ଷେତ୍ରରେ ବିଜୁବାବୁଙ୍କ ତ୍ୟାଗ ଓ ସେବାର ପଟ୍ଟାନ୍ତାର ନାହିଁ ବୋଲି ଉତ୍ସବରେ ଯୋଗଦେଇଥିବା ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ।ଏହି କାର୍ୟ୍ୟକ୍ରମରେ ବିଜୁପ୍ରେମୀ ତଥା ବରିଷ୍ଠ ୱାର୍ଡସଭ୍ୟ ଶ୍ୟାମ ସୁନ୍ଦର ମୁଦୁଲି ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ ।
କୁହୁଣ୍ଡା ପଞ୍ଚାୟତର ଏମବିକେ ଆରତୀ ନାୟକ, ଏଡିଇଓ ବିଦୁଲତା ସିଂ, ସିଆରପି ରୋଜି ମହାପାତ୍ର, ସ୍ବର୍ଣ୍ଣଲକ୍ଷ୍ମୀ ଦାସ,ଶ୍ରଦ୍ଧାଞ୍ଜଳି ମହାନ୍ତି, ଅନ୍ନପୂର୍ଣ୍ଣା ସେଠୀ,କନକଲତା ପ୍ରଧାନ, ଝରଣା ମଲ୍ଲିକ,ମାଳତୀ ବିଶ୍ୱାଳ, ଅଙ୍ଗନବାଡି କର୍ମୀ ଭାରତୀ ବେହେରା, ଜୟଶ୍ରୀ ମହାପାତ୍ର,ରଶ୍ମିତା ମହାନ୍ତି,ସୁଚିତ୍ରା ସେଠୀ,ସ୍ମିତାଞ୍ଜଳି ପାତ୍ର, ମଧୁଲିତା ମହାପାତ୍ର, ମହିଳା ଫେଡେରେସନ ସଭାପତି ବିଚିତ୍ରା ରାଉତ, ସମ୍ପାଦିକା ଦମୟନ୍ତୀ ଜେନା ପ୍ରମୁଖ ଯୋଗଦେଇ ବିଜୁ ବାବୁଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ଶହ ମହିଳା ସଶକ୍ତିକରଣ ଏବଂ ବିଜୁ ବାବୁଙ୍କ ତ୍ୟାଗପୂତ ଜୀବନୀ ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଶ୍ରୀମତୀ ବିଦୁଲତା ସିଂ ଙ୍କ ନେତୃତ୍ୱରେ ବହୁ ମହିଳା, ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ସ୍ଲୋଗାନ ଦେଇ, ହାତରେ ବିଭିନ୍ନ ପ୍ଲାକାଡ଼ ଧରି,ଗ୍ରାମ ପରିକ୍ରମା କରିଥିଲେ । ଯୁବ ସଂଗଠକ ଜଗନ୍ନାଥ ପଣ୍ଡା ଏବଂ ପରମାନନ୍ଦ ମହାନ୍ତି, କାର୍ୟ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ବିଜୁ ବାବୁଙ୍କ ଜୟନ୍ତୀ ତଥା ଅନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳନ ଅବସରରେ ସ୍ଥାନୀୟ ପଞ୍ଚାୟତର ଶହଶହ ମହିଳା ମାନଙ୍କୁ ନେଇ ଏଭଳି ଏକ ସଚେତନ ପଦଯାତ୍ରା ଓ ସଭାର ଆୟୋଜନ କରାଯାଇଥିବାରୁ ଅତିଥିମାନଙ୍କୁ ଅଙ୍ଗନବାଡି କର୍ମୀ ଜୟଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।