କଟକ ସଦର,୦୫/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳନକୁ ନେଇ ରାଜନୈତିକ ଵୟାନଵାଜୀ ଚାଲିଥିବା ବେଳେ କଟକ ଓଏମପି ୬ଷ୍ଠ ବାଟାଲିୟନ ମୂଖ୍ୟ ଫାଟକ ସମ୍ମୁଖରେ ଥିବା ବିଜୁ ଶିରାରେ ଫୁଲମାଳ ଟିଏ ପଡିନଥିବା କୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ପ୍ରକାଶ ଯେ ଚୈ।ଦ୍ୱ। ର-କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଏମପି ଛକରେ ସ୍ମାରକୀ ରୂପେ ଏକ ବିଜୁ ଶିଳା ରହିଅଛି। ଉକ୍ତ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ର ବିଧାୟକ ଥିବା ବେଳେ ଏଵଂ ଦଳମତ ନିର୍ବିଶେଷରେ ଅନେକ ପ୍ରମୁଖ ବ୍ୟକ୍ତିବିଶେଷ ଥିବା ବେଳେ କାହାରି ମନେ ପଡିଲା ନାହିଁ ଶିଳାରେ ଫୁଲମାଳ ଟିଏ ପକାଇବାକୁ। ବିଜୁ ଶିଳାକଥା ଭୁଲିଗଲେ ବିଜୁ ପ୍ରେମୀମାନେ ।
