କଟକ ସଦର,୦୫/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ପ୍ରବାଦ ପୁରୁଷ,ଝଡର ଇଗଲ ବିଜୟା ନନ୍ଦ ପଟ୍ଟନାୟକ ଓରଫ୍ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ମହାସମାରୋହରେ ଆଜି (ବୁଧବାର) ପୂର୍ବାହ୍ନରେ କଟକ ସଦରରେ ପାଳନ କରାଯାଇଛି।


ଏହି ଉପଲକ୍ଷେ କନ୍ଦରପୁର ପଞ୍ଚାୟତ ଅଥଙ୍ଗା ବିଜୁ ସେତୁ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ରେ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ଙ୍କ ନେତୃତ୍ଵରେ ମଞ୍ଚର ଉପଦେଷ୍ଟା ତଥା ବିଜେଡ଼ି ନେତା ବିଳାସ ମଲ୍ଲିକ, ଉପସଭାପତି ଚିତ୍ତରଞ୍ଜନ ମହାପାତ୍ର, ସଂପାଦକ ଡ଼ଃ ଦେବଦତ୍ତ ନନ୍ଦ, ଫକିରପଡା ପୂର୍ବତନ ସରପଂଚ ଜତିନ୍ଦ୍ର ରାଉଳ ପ୍ରମୁଖ ବହୁ ବ୍ୟକ୍ତି ବିଶେଷ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ସେହିପରି କିଶନନଗର ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ସଦର ବିଜେଡ଼ି ନେତା ବିଳାସ ମଲ୍ଲିକ ଙ୍କ ନେତୃତ୍ଵରେ ଭବାନୀ ଶଙ୍କର ରାୟ,ଗଗନ ମହାପାତ୍ର, ବିଜୟ ମଲ୍ଲିକ, କମଳାକାନ୍ତ ଖୁଣ୍ଟିଆ ପ୍ରମୁଖ ବହୁ ବିଜେଡ଼ି କର୍ମୀ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।
ଏହାର ଠିକ୍ ପରେ ପରେ ଅଥଙ୍ଗା ସେତୁ ଠାରେ କଟକ ସଦର ର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା, ପ୍ରମୋଦ ମହାପାତ୍ର, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅମ୍ବିକା ପାତ୍ର, ପୂର୍ବତନ ଉପାଧ୍ୟକ୍ଷ ବିଭୁତି ଭୁଷଣ ପରିଡ଼ା,ସମର ବେହେରା,ଶରତ ରାୟ, ଅକ୍ଷୟ ପରିଡ଼ା
ପ୍ରମୁଖ ପ୍ରତିମୂର୍ତ୍ତୀ ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିବା ବେଳେ କିଶନନଗର ଠାରେ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା, ପ୍ରମୋଦ ମହାପାତ୍ର, ସୁରେଶ ବିଶୋଇ, ମହମ୍ମଦ ରୁସ୍ତମ୍, ରମେଶ ସାହୁ ପ୍ରମୁଖ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କର ଗୁଣାଵଳୀ ସମ୍ପର୍କରେ ଆଲୋକପାତ କରିଥିଲେ।
