ରଥ ବିଶେଷାଙ୍କ-୨୦୨୪ ଉତ୍କଳ ପ୍ରସଙ୍ଗ, ଓଡ଼ିଶା ରିଭୁ୍ୟ ବଣ୍ଟନ

ଭୁବନେଶ୍ୱର, ୨୪/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଶାଙ୍କ ପକ୍ଷରୁ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ଚାଇଁବସା, ଚକ୍ରଧରପୁର, ଷଢ଼େଇକଳା ଓ ଖରସୁଆଁ ପ୍ରଭୃତି ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭୁ୍ୟର ରଥ ବିଶେଷାଙ୍କ-୨୦୨୪ ବଣ୍ଟନ କରାଯାଇଛି । ଚାଇଁବସାଠାରେ ସମାଜସେବୀ ଜଗତ କିଶୋର ସାମଲ ଏବଂ ରଶ୍ମିତା ଭୋଳଙ୍କ ନେତୃତ୍ୱରେ ରଥ ବିଶେଷାଙ୍କ ଉନ୍ମୋଚନ କରାଯିବା ପରେ ତାହା ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ।

ସେହିପରି ଚକ୍ରଧରପୁରଠାରେ ଉତ୍କଳମଣି ବିଦ୍ୟାମନ୍ଦିର ପରିସରରେ ସମାଜସେବୀ ଶ୍ରୀ ଅଶୋକ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରାକ୍ତନ ଅଧ୍ୟାପକ ଡ ନାଗେଶ୍ୱର ପ୍ରଧାନ, କାମାକ୍ଷା ପ୍ରସାଦ ସାହୁ, ମିହିର ପ୍ରଧାନ, ସାହିତି୍ୟକ ସତ୍ୟବ୍ରତ କର, ସରୋଜ ପ୍ରଧାନ, ଅମ୍ବିକା ଦୀକ୍ଷିତ ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ଭାଷା, ସାହିତ୍ୟ, କଳା, ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ ଆଗ୍ରହ ପ୍ରକାଶ କରି ଉତ୍ସାହିତ କରିଥିଲେ । ଓଡ଼ିଆ ଭାଷାଭାଷୀ ଅଞ୍ଚଳର ବରିଷ୍ଠ ବୁଦ୍ଧିଜୀବୀ, ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରଥ ବିଶେଷାଙ୍କ ଉନ୍ମୋଚନ ପରେ ତାହା ବିଦ୍ୟାଳୟ ପରିସରରେ ଜନସାଧାରଣଙ୍କୁ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *