କଟକ ସଦର ବିଧାୟକ ପ୍ରକାଶ ସେଠୀ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବା ନେଇ ଚର୍ଚ୍ଚା
କଟକ ସଦର,୦୨/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମାର୍ଚ୍ଚ ମାସ ଶେଷ ସୁଦ୍ଧା ମୋହନ ସରକାରଙ୍କ ଅସଂପୂର୍ଣ୍ଣ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ଚର୍ଚ୍ଚା ଜୋର ଧରିଛି । ଏହି କ୍ରମରେ ଗୁରୁତ୍ୱପୂର୍ଣ୍ଣ କଟକ ଜିଲ୍ଲା ର କଟକ ସଦର ର ବିଜେଡ଼ି ଗଡକୁ ଭାଙ୍ଗି ଚୁରମାର କରିଦେଇଥିବା ବିଜେପି ଯୁବ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ବୋଲି ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡିଛି।
ଗତବର୍ଷ ଜୁନ୍ ୧୨ ତାରିଖ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ରାଜ୍ୟର ପ୍ରଥମ ବିଜେପି ସରକାର ଭୁବନେଶ୍ବର ଜନତା ମଇଦାନରେ ଗଢା ହୋଇ ୧୬ ଜଣିଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିଥିଲେ।
ଵ୍ୟଵ୍ୟସ୍ଥା ଅନୁସାରେ ୨୨ ଜଣ ମନ୍ତ୍ରୀ ରହିବାକୁ ଥିବା ବେଳେ ଆଉ ୬ ଟି ମନ୍ତ୍ରୀ ପଦବୀ ଆଜକୁ ୮ ମାସ ହେଲା ଖାଲି ପଡ଼ିଛି। କିଛି କାମ କମ୍ କରି ଅଧିକ ଭାଷଣଵାଜୀ କରୁଥିବା ମନ୍ତ୍ରୀ ଙ୍କୁ ବାଦ୍ ଦିଆଯାଇ ନୂଆ ଙ୍କୁ ନିଆଯାଇ ପାରେ ବୋଲି ଆପାତତଃ ଚୂଡ଼ାନ୍ତ ହୋଇଛି।
ଏହି ପରିପ୍ରେକ୍ଷୀରେ ରାଜ୍ୟ ଵିଜେପି ସଭାପତି ମନମୋହନ ସାମଲ, ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁଡ଼ ବୁକ୍ ରେ ଥିବା କଟକ ସଦରର ଯୁବ ସଂଗଠକ ତଥା ଯୁବ ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ଯାଉଥିବା ସମ୍ଭାବନା ଅଧିକ ରହିଛି ବୋଲି ଚର୍ଚ୍ଚା ହେଉଛି।