କଟକରେ ଏସଆଇଟି ବୈଠକ ୮ରେ

କଟକ,୦୪/୦୩/୨୦୨୫(ଓଡ଼ିଶା ସମାଚାର)- ଦେଶରେ ଗଚ୍ଛିତ କଳାଧନ ଠାବ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସଆଇଟି)ର ବୈଠକ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବ । ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ତଥା ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ କଟକ ତେଲେଙ୍ଗା ବଜାରସ୍ଥିତ ଆବାସିକ କାର୍ଯ୍ୟାଳୟରେ ଦଶମ ବୈଠକ ବସିବ ।

ଦେଶରେ ବର୍ତମାନ ଅନଲାଇନ୍ ଜୁଆ, ଟ୍ରେଡିଂ କ୍ଷେତ୍ରରେ କଳାଧନ କାରବାର ହେଉଥିବା ବେଳେ ଏହା ଉପରେ ଆଲୋଚନା ହୋଇପାରେ । ଏହି
ବୈଠକରେ ଇଡି, ସିବିଡିଟି, ଆୟକର ବିଭାଗ, ଏନସିବି, ଭିଜିଲାନ୍ସ, କ୍ରାଇମ୍ବ୍ରାଂଚ ସମେତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥା ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *