ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ ରାଜଗାଙ୍ଗପୁର ଶାଖା ର ମ୍ୟାନେଜେରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା

ରାଜଗାଙ୍ଗପୁର, ୦୩/୦୭/୨୦୨୬ (ଓଡ଼ିଶା ସମାଚାର)- ସୁନ୍ଦରଗଡ଼ ଜିଲ୍ଲା ସମବାୟ ବ୍ୟାଙ୍କ ରେ ବିଗତ ଦୁଇ ବର୍ଷରୁ ମ୍ୟାନେଜର ପଦବୀ ରେ ଅବସ୍ଥାପିତ ଥିବା ଶ୍ରୀ  ଦିଲ୍ଲୀପ କୁମାର ତନ୍ତୀଙ୍କର ବଡ଼ଗାଁ ଶାଖା କୁ ବଦଳି ହୋଇ ଯାଇଛି । ଏହି   ଅବସରରେ   ଆଜି ବ୍ୟାଙ୍କର ସମସ୍ତ କର୍ମଚାରୀ ବୃନ୍ଦ ଓ ବହୁ ବ୍ୟାଙ୍କ ଗ୍ରାହକଙ୍କ ଉପସ୍ଥିତିରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ତାଙ୍କର କର୍ମମୟ ଜୀବନ ସୁନ୍ଦର ,ସୁଖମୟ ହେଉ ବୋଲି ସମସ୍ତ କର୍ମଚାରୀ ଓ ଶୁଭେଚ୍ଛୁ କାମନା କରିଥିଲେ । ତାଙ୍କ କାର୍ଯ୍ୟକାଳରେ ବ୍ୟାଙ୍କ ଭଲ ପରିଚାଳନା କରିବା ସହ ସେ  ବହୁ ଲୋକଙ୍କର  ପ୍ରଶଂସାର ପାତ୍ର ହୋଇ ପାରିଥିଲେ । ସେ ଜଣେ କର୍ମତତ୍ପର ,ମିଷ୍ଟଭାଷୀ,ପରୋପକାରୀ, ଦୟାଳୁ ଲୋକ ଥିଲେ । ସେ ଅଳ୍ପ ଦିନ ଭିତରେ ବହୁ ଲୋକଙ୍କର ପ୍ରିୟ ଭାଜନ ହୋଇ ପାରିଥିଲେ ।

ଏହି ଅବସରରେ ବ୍ୟାଙ୍କରେ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ବିଦାୟ ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ପୂର୍ବତନ ମ୍ୟାନେଜର ଶ୍ରୀଯୁକ୍ତ ତାରାଚାନ୍ଦ ପଟ୍ଟନାୟକ,ମୀନକେତନ ଦାସ,ଜଗନ୍ନାଥ ପାତ୍ର,ସ୍ୱସ୍ତିକ ସାହୁ, ସୌଭାଗିନୀ ପାଣ୍ଡେ,ଅଶୋକ ମଲ୍ଲିକ୍,ହିମାଂଶୁ ସିଂ,ରବୀନ୍ଦ୍ର ମହାରଣା,ଗିରିଜା ପ୍ରସାଦ ସାମଲ,ସୁଶୀଲ ବାଗ,ପ୍ରଫିଲା ଏକ୍କା,ସନ୍ ମତି କୁଜୁର, ମନୀଷ କୁମାର ରାଉତ୍ ,ଚନ୍ଦ୍ର ତନ୍ତୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ସମସ୍ତ ସହକର୍ମୀ ତାଙ୍କର ଏହି ବିଦାୟ କାଳୀନ ଉତ୍ସବରେ ଏକ ପ୍ରକାର ଭାବ ବିହ୍ୱଳ ପରିସ୍ଥିତି ସୃଷ୍ଟି  ହେବା ସହ ଅଶ୍ରୁମୟ ପରିବେଶ ପରିଲକ୍ଷିତ ହୋଇଥିଲା ।

Leave a Reply

Your email address will not be published. Required fields are marked *