ଧାଡିରୁଆ ଚାଷୀ ପ୍ରୋତ୍ସାହନ ଓ ମୁଗ ଚାଷ ପ୍ରଶିକ୍ଷଣ

ଖୋର୍ଦ୍ଧା,୨୭/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ନନପଡା ମୌଜା ମାଲୁଣୀ ପୋଖରୀ ନିକଟରେ ନିରାକାରପୁର ଅଂଚଳର ଚାଷୀ ମାନଙ୍କର ଏକ ଟ୍ରେନିଂ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି।

ପୁରୀ ଜିଲ୍ଲା ବାଲି ହରଚଣ୍ଡୀ ଖାଦ୍ୟ ଉତ୍ପାଦକ  ଅନୁଷ୍ଠାନ ଆନୁକୁଲ୍ୟରେ କୃଷକ ମାନଙ୍କ କୃଷି ସମ୍ବନ୍ଧୀୟ ଏକ ପ୍ରଶିକ୍ଷଣ ନିରାକାରପୁର ମାଲୁଣୀ ପୋଖରୀ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଟାଙ୍ଗୀ ବ୍ଲକ କୃଷି ଅଧିକାରୀ ଯାଜ୍ଞଶେନୀ ନାୟକ, ବ୍ଲକ ଅତିରିକ୍ତ କୃଷି ଅଧିକାରୀ ଅକ୍ଷୟ ସାହୁ,  କୃଷି ଯନ୍ତ୍ରୀ ପ୍ରଦୀପ କୁମାର ନାୟକ,  ଖାଦ୍ୟ ଉତ୍ପାଦକ  କୋଅଡିନେଟର ଭାସ୍କର ପୁଜାରୀ  ଯୋଗଦେଇଥିବା ବେଳେ ସହଯୋଗ କରିଥିଲେ ଭିଲେଜ  କୃଷି ଓ୍ବାର୍କର ପ୍ରତାପ କୁମାର ସାହୁ ଓ  କୃଷକ ସାଥୀ ମାଧବ ପାଟ୍ଟଶାଣୀ। ନିରାକାରପୁର ଆଞ୍ଚଳିକ ଚାଷୀ କମିଟି ର ସଭାପତି ବିପିନ କୁମାର ଜୟସିଂହ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରବିନ୍ଦ୍ର ରାଉତରାୟ,୧୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ,ବଳରାମ ରାଉତରାୟ,ଡମ୍ବରୁଧର ପରିଡା, ଯୋଗୀ ମାଝି ସମେତ ନିରାକାରପୁର ର ୫୦ ରୁ ଉର୍ଦ୍ଧ୍ବ ଚାଷୀ ଯୋଗଦେଇ ଥିଲେ । ଏହି ବୈଠକରେ ଖରିଫ୍ ଋତୁରେ ଧାଡ଼ି ବୁଣା ଓ ଧାଡିରୁଆ ଧାନଚାଷ ପ୍ରୋତ୍ସାହନ ରାଶି ମିଳିବା ସଂପର୍କେ  ଓ ମୁଗଚାଷ ନିମନ୍ତେ ଚାଷୀ ମାନଙ୍କୁ ପ୍ରଶିକ୍ଷଣ ଦେଇ ସଚେତନତା କରାଯାଇଥିଲା।

Leave a Reply

Your email address will not be published. Required fields are marked *