ପାଲଲହଡା ବ୍ଲକ ରେ ଘରେ ଘରେ ଶଙ୍ଖ ଓ ଗୃହ ଟ୍ୟାଗିଙ୍ଗ କାର୍ୟ୍ୟକ୍ରମ ର ଶୁଭାରମ୍ଭ ।

ପାଲଲହଡା,୨୩/୦୧/୨୦୨୪ (ଓଡ଼ିଶା ସମାଚାର)- ପାଳଲହଡା ବିଜେଡି ପକ୍ଷରୁ ସଦରମହକୁମା ସ୍ଥିତ ଶରତ ଚନ୍ଦ୍ର କ୍ଲବ ଠାରେ ପାଳଲହଡା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଘରେ ଘରେ ଶଙ୍ଖ ଓ ଗୃହ ଟ୍ୟାଗିଙ୍ଗ କାର୍ୟ୍ୟକ୍ରମ ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଳଲହଡା ବିଧାୟକ ମୁକେଶ କୁମାର ପାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତ୍ୟେକ ପରିବାର କୁ ଯାଇ ଓଡିଶା ର ଜନକଲ୍ୟାଣକାରୀ ନବୀନ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟରେ ସଚେତନ କରିବା ପାଇଁ ଉପସ୍ଥିତ ବିଜୁ କର୍ମୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହା ସହିତ ବିଧାୟକ ଶ୍ରୀଯୁକ୍ତ ପାଲ ନିଜିଗଡ ଗ୍ରାମପଞ୍ଚାୟତର ଉଦୟପୁର ସାହି କୁ ଗସ୍ତ କରି ଘରେ ଘରେ ଶଙ୍ଖ ଓ ଗୃହ ଟ୍ୟାଗିଙ୍ଗ କାର୍ୟ୍ୟ ପ୍ରତ୍ୟେକ ପରିବାର କୁ ଯାଇ ଶୁଭାରମ୍ଭ କରିଥିଲେ। ଏଥି ସହିତ ସରକାରଙ୍କ ଯୋଜନା ଗୁଡିକ ସମ୍ପର୍କରେ ସମସ୍ତ ପରିବାର ବର୍ଗଙ୍କୁ ବୁଝାଇଥିଲେ।ଏହି କାର୍ୟ୍ୟକ୍ରମରେ ପାଲଲହଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରିନାରାଣୀ ନାଏକ, ଅନଗୁଳ ଜିଲ୍ଲା ୫ଟି ସଂଯୋଜକ କୈଳାଶ ସାହୁ ଙ୍କ ସମେତ ଜିଲ୍ଲାପରିଷଦ ସଦସ୍ୟ, ସରପଞ୍ଚ,ସମିତିସଭ୍ୟ ଏବଂ ବିଜେଡି ପଞ୍ଚାୟତ ସଭାପତି ତଥା ବରିଷ୍ଠ କର୍ମୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *