ବରୀରେ ଭିକେ ପାଣ୍ଡିଆନ କଲେ ନିର୍ବାଚନୀ ପ୍ରଚାର ।

ଯାଜପୁର, ୨୫/୦୫/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର ) –  ବିଜେଡି ପ୍ରାର୍ଥୀ ଙ୍କ ସପକ୍ଷରେ ଭୋଟ ନିବେଦନ ପାଇଁ ୫ଟି ଅଧ୍ୟକ୍ଷ  ତଥା ବିଜେଡି ଷ୍ଟାର ପ୍ରଚାରକ ଭିକେ ପାଣ୍ଡିଆନ ଙ୍କ ଯାଜପୁର ଗସ୍ତ । ଏହି ପରିପ୍ରେକ୍ଷୀରେ ବରୀ ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ ଙ୍କ ପାଇଁ ଆଜି ସ୍ଥାନୀୟ ସନ୍ଥନ ନିକଟରେ ଏକ ନିର୍ବାଚନୀ  ସଭାରେ ଯୋଗ ଦେଇ ୫ଟି ଓ ନବୀନ ଗ୍ୟାରେଣ୍ଟି ବିଷୟରେ ଭୋଟର ମାନଙ୍କୁ ଅବଗତ କରାଇବା ସହ ଯୋଡ଼ି ଶଙ୍ଖ କୁ ଭୋଟ ଦେଇ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ନିବେଦନ କରିଥିଲେ ।

ଯାଜପୁର ଜିଲ୍ଲା ହେଉଛି ବିଜେଡି ର ସେନାପତି ଙ୍କ ଘର, ଏଣୁ ଯାଜପୁର ବାସୀ ନବୀନ ପଟ୍ଟନାୟକ ଙ୍କୁ  ପୁନର୍ବାର ଆଶୀର୍ବାଦ ଦେଇ ମୁଖ୍ୟମନ୍ତ୍ରୀ କରିବା ପାଇଁ ଅନୁରୋଧ କରିଥିଲେ ଶ୍ରୀ ପାଣ୍ଡିଆନ । ଆଜିର ସଭାରେ ନିର୍ବାଚନ ମଣ୍ଡଳୀ ରୁ ହଜାର ହଜାର କର୍ମୀ ,ଭୋଟର ଯୋଗ ଦେଇ ନବୀନ ପଟ୍ଟନାୟକ ଜିନ୍ଦାବାଦ , ଭିକେ  ପାଣ୍ଡିଆନ ଜିନ୍ଦାବାଦ ,ବବି ବାବୁ ଜିନ୍ଦାବାଦ , ବିଶ୍ଵ ମଲିକ ଜିନ୍ଦାବାଦ ର ନାଡ଼ା ଦେଇ ଶଙ୍ଖ ,ହୁଳୁହୁଳି ରେ ସଭାସ୍ଥଳୀ କୁ ପ୍ରକମ୍ପୀତ କରିଥିଲେ ,ଯାହାକି ଆଗାମୀ ନିର୍ବାଚନ ବରୀ ରେ ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକ ଙ୍କ ସପକ୍ଷପରେ ଯାଉଥିବା ଅନୁମାନ କରାଯାଉଛି।

ନିଜର ନିର୍ବାଚନୀ ଅଭିଭାଷଣରେ  ବିରୋଧୀ ମାନଙ୍କୁ ଟାର୍ଗେଟ କରି ଶ୍ରୀ ପାଣ୍ଡିଆନ ନବୀନ ସରକାର ଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଯଦି ବିଜେଡି ପ୍ରାର୍ଥୀ ଙ୍କୁ ଏଥର ୫୦ ହଜାର ଭୋଟ ରେ  ବିଜୟୀ କରାଇବେ ସେ ସ୍ଵତନ୍ତ୍ର ଉପହାର ଦେବେ ଓ ଲକ୍ଷାଧିକ ଭୋଟ ରେ ଜିତାଇଲେ ସେ ପୁଣି ଜୁନ ୪ ରେ ବରୀ କୁ ଆସିବେ । ଆଜିର କାର୍ଯ୍ୟକ୍ରମରେ ସମସ୍ତ ବରୀ ବାସୀଙ୍କୁ ନିଜର କୃତଜ୍ଞତା ଦେବା ସହ ଯୋଡ଼ି ଶଙ୍ଖ କୁ ଭୋଟ ଦେବାକୁ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *