ଆସନ୍ତା ୨୦୨୫ ମାର୍ଚ୍ଚ ୦୮ ତାରିଖ ରେ ରାଷ୍ଟ୍ରୀୟ ଲୋକ ଅଦାଲତ

ଯାଜପୁର,୦୧/୦୩/୨୦୨୫(ଓଡ଼ିଶା ସମାଚାର)- ଆସନ୍ତା ମାର୍ଚ୍ଚ ୦୮ ତାରିଖ ଶନିବାର ଜିଲା ଓ ଦୌରା ଅଦାଲତ ଯାଜପୁର ସମେତ ଜିଲାର ସମସ୍ତ ଅଦାଲତ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଟିତ ହେଉଥିବା ଜିଲା ଆଇନ ସେବା ପ୍ରାଧିକରଣ, ଯାଜପୁର ସଚିବ ଶୀ୍ରମତୀ ଜ୍ୟୋତିର୍ମୟୀ ଦାସ ପ୍ରକାଶ କରିଛନ୍ତି । ଉକ୍ତ ଲୋକ ଅଦାଲତରେ ସମସ୍ତ ପ୍ରକାରର ବିଚାରାଧିନ ମକଦ୍ଧମା ଯଥା ଫୌଜଦାରୀ (ସାଲିସଯୋଗ୍ୟ), ଚେକ୍ ବାଉନ୍ସ, ବ୍ୟାଙ୍କରଣ, ମୋଟର ଦୁର୍ଘଟଣା ଜନିତ କ୍ଷତିପୁରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ୍, ଜଳ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଧମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ ।

ଏହା ସହ ପ୍ରାକ ମକଦ୍ଧମା ସ୍ତରୀୟ ମାମଲା ତଥା ଚେକ୍ ବାଉନ୍ସ୍ ମାମଲା, ବ୍ୟାଙ୍କରଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ସାଲିସ୍ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଧମା ଇତ୍ୟାଦିର ସମାଧାନ ମଧ୍ୟ ଏହି ରାଷ୍ଟ୍ରୀିୟ ଲୋକ ଅଦାଲତରେ ହୋଇପାରିବ । ଏହି ମକଦ୍ଧମା ବାବଦରେ ସମାଧାନ ପାଇଁ କୌଣସି ଆର୍ଥôକ ଖର୍ଚ୍ଚ ପଡେ ନାହିଁ ଏବଂ ଲୋକ ଅଦାଲତଙ୍କ ରାୟ ବୈଧ ଓ ଚୁଡାନ୍ତ । ଦୀର୍ଘ ଦିନ ଧରି ଚାଲୁ ରହିଥିବା ମକଦ୍ଧମାର ସହଜ ସମାଧାନ ପାଇଁ ଆର୍ଥିôକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହା ଏକ ସୁଯୋଗ ।

ଏ ସଂକ୍ରାନ୍ତରେ ସବିଶେଷ ବିବରଣୀ ନିମନ୍ତେ ଜିଲା ଆଇନ ସେବା ପ୍ରାଧିକରଣ, ଯାଜପୁର ଓ ତାଲୁକ ଆଇନସେବା କମିଟି ସହିତ ଯୋଗାଯୋଗ କରିବାକୁ ଯାଜପୁର ଜିଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *