୧୦୦୦ଜଣ ସାକ୍ଷାତ ଅଭିଯୋଗ ପାଇଁ କରି ସାରିଛନ୍ତି ପଞ୍ଜୀକରଣ
ଭୁବନେଶ୍ୱର,୦୧/୦୩/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମାର୍ଚ୍ଚ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନଶୁଣାଣି ପାଇଁ ସ୍ଲଟ ବୁକିଂ ଆଜି ଶେଷ ହୋଇଛି।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତା ସୋମବାର ସାକ୍ଷାତ ଅଭିଯୋଗ ପାଇଁ ସର୍ବାଧିକ ୧୦୦୦ଜଣଙ୍କ ପାଇଁ ପଞ୍ଜୀକରଣ ଉଦ୍ଦିଷ୍ଟ ଥିଲା।ଏଥିପାଇଁ ପୂର୍ବ ସୂଚନା ଅନୁସାରେ ଫେବୃୟାରୀ୨୮ତାରିଖ ପୁର୍ବାହ୍ନ ୧୧ଘଟିକା ଠାରୁ ଏହି ସ୍ଲଟ୍ ବୁକିଂ ବା ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମାର୍ଚ୍ଚ୧ତାରିଖ ଶନିବାର ଅପରାହ୍ଣ ସୁଦ୍ଧା ୧୦୦୦ଜଣ ନିଜ ନିଜର ସ୍ଲଟ୍ ବୁକିଂ କରିସାରିଥିବା ଜଣାଯାଇଛି।
ଏହି ସମସ୍ତ ଜନସାଧାରଣ ସେମାନଙ୍କର ପଞ୍ଜୀକରଣ ପ୍ରାପ୍ତିସ୍ଵୀକାର ପତ୍ର, ବ୍ୟକ୍ତିଗତ ପରିଚୟ ପତ୍ର ଏବଂ ନିଜର ଅଭିଯୋଗପତ୍ର ସହ ୟୁନିଟ୍-୫,ଭୁବନେଶ୍ୱରସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ ଜଣାଇବା ସଂପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
-0-
ପଠାଣି ରାଉତ ଲୋକ ସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ