କେନ୍ଦ୍ରାପଡ଼ା,୦୧/୦୨/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ବାଣିଜ୍ୟ ଓ ପରିଚାଳନା ବିଭାଗ ପକ୍ଷରୁ ବଡମୋହନପୁର ପଂଚାୟତ ଅନ୍ତର୍ଗତ ମଙ୍ଗଳପଡା ଗ୍ରାମର ମନ୍ଦିର ପ୍ରାଙ୍ଗଣରେ ସୁଭନ୍ଦ୍ରା ଯୋଜନା ହିତାଧିକାରୀଙ୍କ ଆର୍ଥିକ ସାକ୍ଷରତା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ବିକାଶ କୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ସୁଭନ୍ଦ୍ରା ଯୋଜନା ଲାଭାନ୍ୱିତ ମହିଳାମାନଙ୍କୁ ଅର୍ଥର ଆୟବ୍ୟୟ ଓ ସଂଚୟ ସମ୍ବନ୍ଧୀୟ ସୂଚନା ଦେବା ସହ ଇଂଟରନେଟ୍ ମାଧ୍ୟମରେ ହେଉଥିବା ଠକେଇ ପ୍ରତି ସାବଧାନ କରାଯାଇଥିଲା ।
ଏଥିରେ ବିଭାଗୀୟ ମୁଖ୍ୟ ୱାଇ. ପଦ୍ନାବତୀ ଓ ଅଧ୍ୟାପକ ସୁରେଶ ଚନ୍ଦ୍ର ଦାଶ, ବାବୁଲା ବେହେରା, ଗିରୀଶ କୁମାର ସାହୁ, ରଜନୀକାନ୍ତ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ୭୦ରୁ ଉଦ୍ଧ୍ୱର୍ ଲାଭାର୍ଥି ମହିଳା ଯୋଗ ଦେଇଥିଲେ । ପରିଶେଷରେ ମହିଳାମାନଙ୍କୁ ସଚେତନତା ପୂର୍ବକ ଗ୍ରାମ ପରିକ୍ରମା କରାଯାଇ ଏସମ୍ବନ୍ଧୀୟ ଏକ ପଥପ୍ରାନ୍ତ ନାଟକ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ମନୋଜ ଲେଙ୍କା, ପ୍ରତିଭା ରାୟ, ରଶ୍ମୀଅଞ୍ଜନା ସାହୁ, ଶୁଭଙ୍କର ସିଂ, ଅବିନାଶ ନାଥ, ସୌମ୍ୟରଞ୍ଜନ ପରିଡା, ଭବାନୀଶଙ୍କର ପ୍ରଧାନ ପ୍ରମୁଖ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ । ଗ୍ରାମର ମୁରବୀମାନେ ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।
